ଜମ୍ମୁ-କାଶ୍ମୀରର ବାରମୂଲାରେ ଆତଙ୍କୀ ହମ୍‌ଲା: ଆତଙ୍କବାଦୀଙ୍କ ଗୁଳିରେ ଅବସରପ୍ରାପ୍ତ ଏସ୍‌ଏସ୍‌ପି ନିହତ

ଜମ୍ମୁ-କାଶ୍ମୀର ବାରମୂଲାରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଏସ୍‌ଏସ୍‌ପି ନିହତ ହୋଇଛନ୍ତି। ଆଜି ସକାଳେ ମସଜିଦରେ ନମାଜ ପାଠ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ଜମ୍ମୁ-କାଶ୍ମୀରର ବାରମୂଲାରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଏସ୍‌ଏସ୍‌ପି ନିହତ ହୋଇଛନ୍ତି। ଆଜି ସକାଳେ ମସଜିଦରେ ନମାଜ ପାଠ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। କାଶ୍ମୀର ପୋଲିସର ଏହି ବରିଷ୍ଠ ଅଧିକାରୀ ମହମ୍ମଦ ସାଫିଙ୍କ ଉପରେ ଅଚାନକ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି। ବର୍ତ୍ତମାନ ପୋଲିସ ସେହି ସ୍ଥାନକୁ ଘେରାଉ କରି ରଖିଛି।

ସନ୍ଦିଗ୍ଧ ଆତଙ୍କବାଦୀ ଗୁଳି ମାରିବା ପରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ସେମାନେ ମସ୍‌ଜିଦ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। କାଶ୍ମୀର ଜୋନ୍‌ ପୋଲିସ ଟ୍ଵିଟ୍‌ କରି କହିଛି ଯେ ଆତଙ୍କବାଦୀମାନେ ଶିରି ବାରାମୂଲାର ଗାଣ୍ଟମୂଲାରେ ରହୁଥିବା ମହମ୍ମଦ ସାଫିଙ୍କ ଉପରେ ଆକ୍ରମଣ କରିଛନ୍ତି। ଅବସରପ୍ରାପ୍ତ ଏସ୍‌ଏସ୍‌ପିଙ୍କ ଉପରେ ଗୁଳି ବର୍ଷଣ କରାଯାଇଛି।

ପୋଲିସ କହିଛି କି, ପୂରା ଅଞ୍ଚଳକୁ ଘେରାଉ କରି ଦିଆଯାଇଛି। ଲୋକମାନଙ୍କୁ ଏହି ଅଞ୍ଚଳଠାରୁ ଦୂରରେ ରହିବାକୁ କୁହାଯାଇଛି ଏବଂ ମାମଲାର ତଦନ୍ତ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଏବଂ ସେନାର ଯବାନମାନେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ସାମ୍ନାକୁ ଆସିନାହିଁ।

ଗତ କିଛି ସପ୍ତାହ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବଢ଼ିଯାଇଛି। ଗୁରୁବାର ସଶସ୍ତ୍ର ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେନାର ୪ ଜଣ ଯବାନ ସହିଦ ହୋଇଥିଲେ। ଅଧିକାରୀମାନେ କହିଥିଲେ କି, ସହିଦ ହୋଇଥିବା ଦୁଇ ଯବାନଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.