ବ୍ୟାଙ୍କ ଲକରରୁ ଲୁଟ୍, ୧୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବ୍ୟାଙ୍କ ଲକର ତାଡ଼ି ୧୪ ଲକ୍ଷ ଟଙ୍କା ଲୁଟ୍ । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ଶାଖାରୁ ଲକର ଭାଙ୍ଗି ଲୁଟିନେଲେ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଗତ କାଲି ରାତିରେ ବ୍ୟାଙ୍କ ଶାଖାରେ ଦୁର୍ବୃତ୍ତ ମାନେ ତାଲା ଓ ସିସିଟିଭିକୁ ଭାଙ୍ଗି ବ୍ୟାଙ୍କ ଲକର ତାଡ଼ି ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ବାଙ୍କୀ (କେନ୍ୟୁଜ) : ବ୍ୟାଙ୍କ ଲକର ତାଡ଼ି ୧୪ ଲକ୍ଷ ଟଙ୍କା ଲୁଟ୍ । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ଶାଖାରୁ ଲକର ଭାଙ୍ଗି ଲୁଟିନେଲେ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଗତ କାଲି ରାତିରେ ବ୍ୟାଙ୍କ ଶାଖାରେ ଦୁର୍ବୃତ୍ତ ମାନେ ତାଲା ଓ ସିସିଟିଭିକୁ ଭାଙ୍ଗି ବ୍ୟାଙ୍କ ଲକର ତାଡ଼ି ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କରେ ପହଞ୍ଚି ଲୁଟ୍ ହୋଇଥିବା ଜାଣିବା ପରେ ବ୍ୟାଙ୍କ ଶାଖାର ପରିଚାଳକ ଓ କର୍ମଚାରୀ ମାନେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି। କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ନେଇ ଯାଇଥିବାର ଅଭିଯୋଗ କରିଛନ୍ତି ଶାଖା ପରିଚାଳକ।

Leave A Reply

Your email address will not be published.