ଅସୁରକ୍ଷିତ ରାଜଧାନୀ, ଓଲା’ ଡ୍ରାଇଭରକୁ ଫିଲ୍ମ ଷ୍ଟାଇଲରେ ଅପହରଣ

ପୂରା ଫିଲ୍ମ ଷ୍ଟାଇଲରେ ସ୍ୱାମୀକୁ ମାଡ ମାରି ସ୍ତ୍ରୀକୁ ମାଗୁଛନ୍ତି ଟଙ୍କା । ଭିଡିଓ କଲ କରି ସ୍ୱାମୀକୁ ଦେଖାଉଛନ୍ତି ପୁଣି ମାଡ ମାରି କହୁଛନ୍ତି ଟଙ୍କା ଦେବୁ ନା ସ୍ୱାମୀକୁ ମାରିଦେବୁ । ଆପଣଙ୍କୁ ଏହା କୌଣସି ଫିଲ୍ମର ସିନ୍‌ ଭଳି ଲାଗୁଥିବ କିନ୍ତୁ ଆମେ କହୁଛୁ ବାସ୍ତବ ଘଟଣା ।

ଭୁବନେଶ୍ୱର (କେନ୍ୟୁଜ) : ଓଲା’ ଡ୍ରାଇଭରକୁ ଫିଲ୍ମ ଷ୍ଟାଇଲରେ ଅପହରଣ । ଭାରି ଅସୁରକ୍ଷିତ ରାଜଧାନୀର ରାଜରାସ୍ତା । ଘର ପାଖକୁ ଆସି ଉଠାଇ ନେଇଚାଲିଗଲେ । ସ୍ତ୍ରୀ ଦୌଡି ଗଲାବେଳକୁ ସ୍ୱାମୀକୁ ନେଇ ଚାଲିଗଲେଣି ୪ ଜଣ ଦୁବୃର୍ତ୍ତ । ଖାଲି କଣ ସେତିକି ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗୁଛନ୍ତି ଅପହରଣକାରୀ । ପୂରା ଫିଲ୍ମ ଷ୍ଟାଇଲରେ ସ୍ୱାମୀକୁ ମାଡ ମାରି ସ୍ତ୍ରୀକୁ ମାଗୁଛନ୍ତି ଟଙ୍କା । ଭିଡିଓ କଲ କରି ସ୍ୱାମୀକୁ ଦେଖାଉଛନ୍ତି ପୁଣି ମାଡ ମାରି କହୁଛନ୍ତି ଟଙ୍କା ଦେବୁ ନା ସ୍ୱାମୀକୁ ମାରିଦେବୁ । ଆପଣଙ୍କୁ ଏହା କୌଣସି ଫିଲ୍ମର ସିନ୍‌ ଭଳି ଲାଗୁଥିବ କିନ୍ତୁ ଆମେ କହୁଛୁ ବାସ୍ତବ ଘଟଣା ।

ଆଉ ଏହି ଘଟଣା ଘଟିଛି ଭୁବନେଶ୍ୱରର ପାତ୍ରପଡା ଅଞ୍ଚଳରେ । OLA ଡ୍ରାଇଭର ଶଙ୍କର୍ଷଣ ଦାସଙ୍କୁ ଗତକାଲି ରାତିରେ ଭୁବନେଶ୍ବର ପାତ୍ରପଡ଼ାରୁ ଅପହରଣ କରାଯାଇଥିବା ତାଙ୍କ ପତ୍ନୀ ରୋଜି ଦାସ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ଅପହରଣକାରୀ ତାଙ୍କ ପତ୍ନୀଙ୍କ ନିକଟକୁ ଭିଡିଓ କଲ୍ କରିଥିଲେ। ତାଙ୍କୁ ମାଡ଼ ମାରିଥିବା ଦେଖାଇଥିଲେ। ଶଙ୍କର୍ଷଣଙ୍କୁ ଛାଡିବା ପାଇଁ ଦଶ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ କରିଛନ୍ତି ଶଙ୍କର୍ଷଣଙ୍କ ପତ୍ନୀ ।

ସ୍ୱାମୀଙ୍କୁ ଏମିତି ମାଡ ମାରୁଥିବାର ଦେଖି ସ୍ତ୍ରୀ ବି ଅସ୍ତବ୍ୟସ୍ତ ହୋଇ  ଲକ୍ଷ ଟଙ୍କା ପଠାଇଦେଲେ । କିନ୍ତୁ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସ୍ତ୍ରୀ ପହଁଚିଛନ୍ତି ଥାନାରେ । ତେବେ ଶଙ୍କର୍ଷଣଙ୍କ ପତ୍ନୀଙ୍କ ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଛାନଭିନ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.