ରଙ୍ଗ କାମ କଲା ବେଳେ ଆସିଲା ହାର୍ଟ ଆଟାକ୍‌, ସେଇଠି ଟଳିପଡ଼ିଲେ ୨୮ ବର୍ଷୀୟ ପେଣ୍ଟର୍‌

ଏମିତି ବି ଆସେ ମୃତ୍ୟୁ। କାମ କରୁ କରୁ ଟଳି ପଡ଼ିଲେ ୨୮ ବର୍ଷୀୟ ଯୁବକ। ଇନ୍ଦୋରର ଚନ୍ଦନ ନଗରରେ ଘଟିଛି ଏହି ଦୁଃଖଦାୟକ ଘଟଣା। ଘରେ ରଙ୍ଗ କାମ କଲାବେଳେ ହଠାତ୍‌ ହାର୍ଟ ଆଟାକ୍‌ ଆସିବାରୁ ଏଠାରେ ଜଣେ ପେଣ୍ଟର୍‌ଙ୍କ ମୃତ୍ୟୁ ଘଟିଛି। ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ପୂରା ଦୃଶ୍ୟ କଏଦ ହୋଇଛି।

ଏମିତି ବି ଆସେ ମୃତ୍ୟୁ। କାମ କରୁ କରୁ ଟଳି ପଡ଼ିଲେ ୨୮ ବର୍ଷୀୟ ଯୁବକ। ଇନ୍ଦୋରର ଚନ୍ଦନ ନଗରରେ ଘଟିଛି ଏହି ଦୁଃଖଦାୟକ ଘଟଣା। ଘରେ ରଙ୍ଗ କାମ କଲାବେଳେ ହଠାତ୍‌ ହାର୍ଟ ଆଟାକ୍‌ ଆସିବାରୁ ଏଠାରେ ଜଣେ ପେଣ୍ଟର୍‌ଙ୍କ ମୃତ୍ୟୁ ଘଟିଛି। ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ପୂରା ଦୃଶ୍ୟ କଏଦ ହୋଇଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଚନ୍ଦନ ନଗର ପୋଲିସ ସୂଚନା ମୁତାବକ, ମୃତକ ହେଲେ, ଆଶିଷ ସିଂ। ସେ ନିକଟସ୍ଥ ଏକ ଘରେ ରଙ୍ଗ କାମ କରୁଥିଲେ। ହେଲେ ଏହି ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ଏକ ଜାଗାରେ ବସି ପଡ଼ିଥିଲେ। ଏହାର କିଛି ସମୟ ପରେ ସେଇଠି ହିଁ ସେ ପଛୁଆ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ରଙ୍ଗ କାମ କରୁଥିବା ଅନ୍ୟ ସାଥୀମାନେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲ ନେଇଯାଇଥିଲେ। ଏହାପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ହେଲେ ଏହା ପୂର୍ବରୁ ହଁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା।

ଡାକ୍ତରଙ୍କ କହିବା ଅନୁଯାୟୀ, କାର୍ଡିୟାକ୍‌ ଅରେଷ୍ଟରେ ଏପରି ହୋଇଥାଏ। ଗ୍ୟାସ୍‌, ଏସିଡିଟି ଏବଂ ଧୂମପାନ କାରଣରୁ ଅଧିକାଂଶ ହୃଦ୍‌ଘାତ ମାମଲା ସାମ୍ନାକୁ ଆସିଥାଏ। ଏବେ ଚନ୍ଦନ ନଗର ପୋଲିସ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ମାମଲାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.