Below header

ମହଙ୍ଗା ପଡ଼ିଲା ଠକାମୀ, ସନ୍ତାନ ପ୍ରାପ୍ତି କହି ମହିଳାଙ୍କ ସହ କୁକର୍ମ କରିବା ପଡିଲା ମହଙ୍ଗା

ଏହି ଜ୍ୟୋତିଷ ଜଣକ ନାଁରେ ଆସିଛି ବଡ଼ ଠକେଇ ଅଭିଯାଗ। ଗରିବ ଥିଲେ ଧନ ସମ୍ପତ୍ତି ମିଳିବ। ନିସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ । ଏପରି ଆଶା ଦେଖାଇ ମହିଳାଙ୍କ ସହ କୁକର୍ମ କରୁଥିବା ଅଭିଯୋଗ ଆସିଛି ।

ଭୁବନେଶ୍ୱର (କେନ୍ୟୁଜ): କେତେବେଳେ ସ୍ୱାମୀ ସ୍ତ୍ରୀ ଭିତରେ ଭଲ ସମ୍ପର୍କ ରହିବାର ଉପାୟ କହୁଛନ୍ତି ତ କେତେବେଳେ ସ୍ୱାମୀ ସ୍ତ୍ରୀ ଭିତରେ ବିଛେଦ ହୋଇଥିଲେ କଣ ପ୍ରତିକାର କରିବେ କହୁଛନ୍ତି । ଏମିତି ଜ୍ଞାନ ବାଣ୍ଟୁଛନ୍ତି ଯେ ଯିଏ ଶୁଣିବ କହିବ ଇଏ ନିହାତୀ ଗୋଟେ ଜ୍ଞାନୀ ଜ୍ୟୋତିଷଟେ । ଖାଲି ସେତିକି ନୁହେଁ, କେତେବେଳେ ପିଲାମାନେ ଦୁଷ୍ଟାମୀ ହେଲେ କଣ ଉପାୟ କରିବେ ବତାଇଥାନ୍ତି ତ ପୁଣି କେତେବେଳେ ନିଃସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବାର । ସମସ୍ତଙ୍କୁ ଉପାୟ ଦେଉଥିବା ଲୋକଟି କିନ୍ତୁ ନିଜେ ଆଜି ଫସିଯାଇଛି ନିଜେ ରଚିଥିବା ମିଛ ଅଭିନୟରେ ।

ହଁ ଆଜ୍ଞା ଏହି ଜ୍ୟୋତିଷ ଜଣକ ନାଁରେ ଆସିଛି ବଡ଼ ଠକେଇ ଅଭିଯାଗ। ଗରିବ ଥିଲେ ଧନ ସମ୍ପତ୍ତି ମିଳିବ। ନିସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ । ଏପରି ଆଶା ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ ଆସିଛି। ଏପରି ଠକ ବାବାକୁ ସିଧା ଭଦ୍ରକରୁ ଉଠାଇ ଆଣିଛି କମିଶନରେଟ୍ ପୋଲିସ । ମିଳିଥିବା ଅଭିଯୋଗ ଅନୁଯାୟୀ, ଠକ ଜଣଙ୍କ ସୋସିଆଲ ମିଡିରେ ଭିଡିଓ ଅପଲୋଡ କରି ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଉଥିଲା। ବିଶେଷକରି ସାଂସାରିକ ଜଞ୍ଜାଳରେ ଥିବା ମହିଳାମାନେ ଠକ ଜାଲରେ ଫସି ଯାଉଥିଲେ। ଆଉ ଯାହାର ସୁଯୋଗ ନେଇ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଉଥିଲେ ଠକ ବାବା ଜଣକ।

ହେଲେ ସବୁବେଳେ ତ ଚୋର ଘର ଅନ୍ଧାର ନୁହେଁ। ଯାହାର ଶିକାର ହୋଇଥିଲେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ମହିଳା । ଯାହାଫଳରେ ସେ ମହିଳା ଜଣଙ୍କ ନଡରି ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତୁରନ୍ତ ଠକକୁ ଉଠାଇ ଆଣିଛି କମିଶନରେଟ ପୋଲିସ । ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଛାଡି ନିଜକୁ ଜ୍ୟୋତିଷ ବୋଲି କହି ମହିଳାଙ୍କୁ ଚୁନା ଲଗାଉଥିବା ନେଇ ଜାଣିବାକୁ ପାଇଛି ପୋଲିସ । ସେପଟେ ଯଦି କୌଣସି ମହିଳା ଏଭଳି ଠକେଇର ଶିକାର ହୋଇଥାନ୍ତି, ତେବେ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ବାରମ୍ବାର ଠକ ବାବା ,ଜ୍ୟୋତିଷଙ୍କ ଠାରୁ ଦୁରେଇ ରହିବାକୁ ସ.ଚେତନ କରାଯାଉଥିଲେ ସୁଦ୍ଧା ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଏମାନଙ୍କ ପାଲରେ ପଡ଼ିବାକୁ ପଛାଉ ନାହାନ୍ତି କିଛି ଲୋକେ । ନିଜର ସମସ୍ୟା ଦୂର କରିବା ଲାଗି ବାବାଙ୍କ ଶରଣରେ ପଶୁଛନ୍ତି । ଗଣମାଧ୍ୟମରେ ବାରମ୍ବାର ସେମାନଙ୍କ କାରନାମା ସମ୍ପର୍କରେ ପ୍ରସାରଣ ହେଉଥିବା ସତ୍ତ୍ୱେ ଲୋକେ ସଚେତନ ହେଉନାହାନ୍ତି । ସତ କହିବାକୁ ଗଲେ ସମୟ ବଦଳୁଛି ସିନା କିନ୍ତୁ ବଦଳୁନି ଲୋକଙ୍କ ମାନସିକତା । ଆଜି ବି ଏଭଳି ଭଣ୍ଡ ବାବା ତଥା ଜ୍ୟୋତିଷଙ୍କୁ ପ୍ରୋତ୍ସାହିତ କରୁଛି ମଣିଷ ସମାଜ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.