Below header

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ଆଗରୁ ମୋଦିଙ୍କ ବିଶେଷ ରୀତିନୀତି, କହିଲେ ଆଜିଠୁ ୧୧ ଦିନ ପର୍ଯ୍ୟନ୍ତ କରିବେ ସ୍ୱତନ୍ତ୍ର ଉପାସନା

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉ ରହିଲା ୧୧ ଦିନ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଠାରୁ ୧୧ ଦିନିଆ ବିଶେଷ ରୀତିନୀତିର ଶୁଭାରମ୍ଭ କରିବା ନେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଅଡିଓ ମେସେଜ୍ ଜାରି କରିଛନ୍ତି ।

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉ ରହିଲା ୧୧ ଦିନ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ ଥିବା ବେଳେ ଜୋରସୋରେରେ ଚାଲିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଠାରୁ ୧୧ ଦିନିଆ ବିଶେଷ ରୀତିନୀତିର ଶୁଭାରମ୍ଭ କରିବା ନେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଅଡିଓ ମେସେଜ୍ ଜାରି କରିଛନ୍ତି । ଏକ ଅଡିଓ ବାର୍ତ୍ତାରେ ମୋଦି କହିଛନ୍ତି, ତାଙ୍କୁ ଏହି ପବିତ୍ର ମହୋତ୍ସବ ଦେଖିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପ୍ରାଣ ପ୍ରତିଷ୍ଠାରେ ଦେଶବାସୀଙ୍କ ପାଇଁ ପ୍ରତିନିଧିତ୍ବ କରିବାକୁ ଭଗବାନ ତାଙ୍କୁ ସୃଷ୍ଟି କରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ସେ ଆଜି ଠାରୁ ୧୧ ଦିନିଆ ସ୍ବତନ୍ତ୍ର ଅନୁଷ୍ଠାନ ଆରମ୍ଭ କରୁଥିବା କହିଛନ୍ତି । ଜନତାଜନାର୍ଦ୍ଦନଙ୍କ ଆଶିଷ ପ୍ରତ୍ୟାଶା କରୁଛି । ଏଭଳି ମୁହୂର୍ତ୍ତରେ ମନର ଆବେଗ ଭାଷାରେ ବ୍ୟକ୍ତ କରିବା କଷ୍ଟକର । କିନ୍ତୁ, ମୁଁ ମୋର ପ୍ରଚେଷ୍ଟା ଚଳାଇଛି। ଉଲ୍ଲେଖଯୋଗ୍ୟ, ହିନ୍ଦୁଶାସ୍ତ୍ରମତେ, ଦେବ ବିଗ୍ରହଙ୍କ ‘ପ୍ରାଣ ପ୍ରତିଷ୍ଠା’ ହେଉଛି ଏକ ବିସ୍ତୃତ ଧାର୍ମିକ ପ୍ରକ୍ରିୟା । ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ନିର୍ଦ୍ଦିଷ୍ଟ କେତେକ ନୀତିନିୟମ ପାଳନ କରିବାକୁ ପଡ଼େ ।

 

ଅନେକ କାର୍ଯ୍ୟକ୍ରମ ଓ ଦାୟିତ୍ବ ବହନ କରି ମଧ୍ୟ ପ୍ରଧାନମନ୍ତ୍ରୀ ନିଷ୍ଠାର ସହିତ ସବୁ ନୀତିନିୟମ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ସେ ୧୧ ଦିନିଆ ‘ଅନୁଷ୍ଠାନ’ ପାଳନ କରିବେ। ମୁଁ ସମସ୍ତ ଦେଶବାସୀଙ୍କ ଆର୍ଶୀବାଦ ଚାହୁଁଛି । ଏହି ସମୟରେ ମୋ ଭାବନାକୁ ଶବ୍ଦ ମାଧ୍ୟମରେ ବ୍ୟକ୍ତ କରିବା କଷ୍ଟକର କିନ୍ତୁ ମୋ ତରଫରୁ ପ୍ରୟାସ କରିଛି ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.