ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ ଭଳି ହ୍ଵାଟ୍ସଆପରେ ଆସିବ ବ୍ଲୁ ଟିକ୍‌, ଜାଣନ୍ତୁ ପ୍ରୋସେସ୍‌

ସମସ୍ତଙ୍କୁ ଏହି ବ୍ଲୁ ଟିକ୍ ମିଳେ ନାହିଁ । ଏହା କେବଳ ହ୍ଵାଟ୍ସଆପର ବିଜନେସ୍‌ ଆକାଉଣ୍ଟ୍ କୁ ହିଁ ମିଳିଥାଏ । ଏହାର ଅର୍ଥ ହେଉଛି ଯଦି ଆପଣ ହ୍ଵାଟ୍ସଆପରେ ଏକ କମ୍ପାନୀ ସହିତ କଥାବାର୍ତ୍ତା କରୁଛନ୍ତି, ତେବେ ସେମାନଙ୍କର ଏହି ବ୍ଲୁ ଟିକ୍ ଥାଇପାରେ ।

ବର୍ତ୍ତମାନ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ହ୍ଵାଟ୍ସଆପରେ ମଧ୍ୟ ବ୍ଲୁ ଟିକ୍ ମିଳିବ । ଏହା ଏକ ଛୋଟ ଚିହ୍ନ ଯାହା ଦ୍ୱାରା ଜଣା ପଡ଼େ ଯେ ଆପଣ ଯେଉଁ ଆକାଉଣ୍ଟ ସହିତ ଚାଟ୍‌ କରୁଛନ୍ତି ତାହା ଅସଲି । କିନ୍ତୁ ସମସ୍ତଙ୍କୁ ଏହି ବ୍ଲୁ ଟିକ୍ ମିଳେ ନାହିଁ । ଏହା କେବଳ ହ୍ଵାଟ୍ସଆପର ବିଜନେସ୍‌ ଆକାଉଣ୍ଟ୍ କୁ ହିଁ ମିଳିଥାଏ । ଏହାର ଅର୍ଥ ହେଉଛି ଯଦି ଆପଣ ହ୍ଵାଟ୍ସଆପରେ ଏକ କମ୍ପାନୀ ସହିତ କଥାବାର୍ତ୍ତା କରୁଛନ୍ତି, ତେବେ ସେମାନଙ୍କର ଏହି ବ୍ଲୁ ଟିକ୍ ଥାଇପାରେ ।

ଏକ ୱେବସାଇଟ୍ ଦ୍ୱାରା ଏହି ଖବର ବିଷୟରେ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଗାମୀ ଅପଡେଟ୍ ରେ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିବ, ଯାହା ମାଧ୍ୟମରେ କିଛି ବିଜନେସ୍‌ ଆକାଉଣ୍ଟ ବ୍ଲୁ ଟିକ୍ ପାଇ ପାରିବେ । ଯେତେବେଳେ ଏହି ଅପଡେଟ୍‌ ଆସିବ ଆପଣ ନିଜ ହ୍ଵାଟ୍ସଆପର ବିଜନେସ୍‌ ଆକାଉଣ୍ଟର ସେଟିଂରେ ଏକ ନୂଆ ଅପ୍ସନ ଦେଖି ପାରିବେ, ଯାହା ଦ୍ୱାରା ଆପଣ ନିଜ ଆକାଉଣ୍ଟକୁ ଭେରିଫାଏ କରି ପାରିବେ । ବ୍ଲୁ ଟିକ୍‌ ପାଇବା ପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ି ପାରେ ।

ହ୍ଵାଟ୍ସ ଆପରେ ବ୍ଲୁ ଟିକ୍ ପାଇବା ପାଇଁ ପ୍ରଥମେ ଆପଣଙ୍କର ଏକ ବିଜନେସ୍‌ ଆକାଉଣ୍ଟ୍ ରହିବା ଆବଶ୍ୟକ । ଏହି ବ୍ଲୁ ଟିକ୍‌ ଆପଣଙ୍କ ଆକାଉଣ୍ଟକୁ ଅଧିକ ସୁରକ୍ଷିତ କରିବାରେ ସାହାଯ୍ୟ କରିଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଆପଣଙ୍କର ହ୍ଵାଟ୍ସଆପ୍ ବିିଜନେସ୍‌ ଆକାଉଣ୍ଟକୁ ବ୍ଲୁ ଟିକ୍‌ ବିନା ମଧ୍ୟ ବ୍ୟବହାର କରିପାରିବେ । ହ୍ଵାଟ୍ସଆପ୍ ବିଜନେସ୍‌ ଆକାଉଣ୍ଟ୍ ଦ୍ୱାରା କମ୍ପାନୀଗୁଡିକ ସୁରକ୍ଷିତ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.