ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ: ଦୁର୍ଘଟଣାର ଶିକାର ହେଲେ ଯୁବତୀ

ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ । ଦୁର୍ଘଟଣାର ଶିକାର ହେଲେ ଘରକୁ ଫେରୁଥିବା ଜଣେ ଯୁବତୀ । ରୋଡ଼ ରୋମିଓଙ୍କ ଯୋଗୁଁ ହେଲେ ଦୁର୍ଘଟଣାର ଶିକାର।  ସମ୍ବଲପୁର ସହରରେ ଗତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା ।

ସମ୍ବଲପୁର (କେନ୍ୟୁଜ): ବଢୁଛି ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ । ଦୁର୍ଘଟଣାର ଶିକାର ହେଲେ ଘରକୁ ଫେରୁଥିବା ଜଣେ ଯୁବତୀ । ରୋଡ଼ ରୋମିଓଙ୍କ ଯୋଗୁଁ ହେଲେ ଦୁର୍ଘଟଣାର ଶିକାର । ସମ୍ବଲପୁର ସହରରେ ଗତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣାରେ ଯୁବତୀ ଜଣକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଟାଉନ ଥାନାଞ୍ଚଳ ତଥା ବ୍ୟସ୍ତବହୁଳ ଗୋଲବଜାର ଛକ ନିକଟରେ ବାଇକରେ ଯାଉଥିବା କିଛି ରୋଡ୍ ରୋମିଓ ଯୁବତୀଙ୍କୁ କମେଣ୍ଟ କରିଥିଲେ । ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାଫଳରେ ଯୁବତୀ ଜଣକ ଡରି ଯାଇ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିଥିଲେ।  ହେଲେ ଦୌଡିବା ସମୟରେ ସେ ତଳେ ପଡି ଯାଇ ଅଚେତ ହୋଇ ଯାଇଥିଲେ । ତାଙ୍କୁ ସେଠାରୁ ତାଙ୍କ ସହକର୍ମୀ ମାନେ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଉକ୍ତ ଯୁବତୀ ଜଣକ ଏକ ମଲରେ ସେଲସ ଗାର୍ଲ ଭାବରେ କାମ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.