ଅସୁରକ୍ଷିତ ଖୋଦ୍ ଜନତାଙ୍କ ସୁରକ୍ଷାଦାତା: ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ, କର୍ପୋରେଟର ଅଟକ

ରାଜଧାନୀରେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ । କର୍ପୋରେଟର ଅଟକ । ଅନ୍ୟ ଜଣେ କର୍ପୋରେଟର ଘଟଣାସ୍ଥଳରୁ ଫେରାର ଥିବା ସୂଚନା ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ । କର୍ପୋରେଟର ଅଟକ । ପୁରୀ ବାଇପାସ୍ ରାସ୍ତା କାମ ଚାଲିଥିବା ବେଳେ ଏହି କାମକୁ ଅଟକାଇଥିଲେ ୨୯ ନମ୍ବର କର୍ପୋରେଟର ଅପୂର୍ବ ରାଉତ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ମଞ୍ଚେଶ୍ବର ଥାନା ASI ଅଞ୍ଜନା ବରାଳ । ଘଟଣାସ୍ଥଳରେ ASIଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଟକ କର୍ପୋରେଟର ଅପୂର୍ବ ରାଉତଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ଅନ୍ୟ ଜଣେ କର୍ପୋରେଟର ଘଟଣାସ୍ଥଳରୁ ଫେରାର ଥିବା ସୂଚନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.