ହାର୍ଟ ରୋଗୀ ଅଧିକ ପାଣି ପିଇବା ଉଚିତ କି ନୁହେଁ ? ଜାଣନ୍ତୁ ଏହାର କାରଣ

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପାଣି ଅତ୍ୟନ୍ତ ଜରୁରୀ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡକ୍ତରମାନେ ପ୍ରାୟତଃ କୁହନ୍ତି ଯେ ପ୍ରତିଦିନ ୩ ରୁ ୪ ଲିଟର ପାଣି ପିଇବା ଆମ ଶରୀର ପାଇଁ ଅତି ଆବଶ୍ୟକ ।

ଆପଣମାନେ ତ ଅନେକ ଥର ଶୁଣିଥିବେ ଯେ ଜଳ ହିଁ ଜୀବନ । ତେବେ ଏହା ମଧ୍ୟ ସତ୍ୟ ଯେ ଜଣେ ଲୋକ ଖାଦ୍ୟ ବିନା କିଛି ଦିନ ବଞ୍ଚିପାରେ କିନ୍ତୁ ପାଣି ବିନା ବଞ୍ଚିବା ବହୁତ କଷ୍ଟକର ହୋଇଥାଏ । ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପାଣି ଅତ୍ୟନ୍ତ ଜରୁରୀ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡକ୍ତରମାନେ ପ୍ରାୟତଃ କୁହନ୍ତି ଯେ ପ୍ରତିଦିନ ୩ ରୁ ୪ ଲିଟର ପାଣି ପିଇବା ଆମ ଶରୀର ପାଇଁ ଅତି ଆବଶ୍ୟକ । ଯେତେବେଳେ କି କିଛି ଲୋକ ୭ ରୁ ୮ ଗ୍ଲାସ୍ ପାଣି ପିଇବାକୁ ଅଧିକ ବୋଲି ଭାବନ୍ତି । ଆମ ଶରୀରରେ ପାଣି ପିଇବା ଅଭାବ ଯୋଗୁ ଜଣେ ବ୍ୟକ୍ତି ଡିହାଇଡ୍ରେସନର ଶିକାର ହୋଇପାରେ । ଏଭଳି ଶରୀରରେ ପାଣି ପିଇବା ଅଭାବରୁ ଅନେକ ସମସ୍ୟା ବଢିଯାଇଥାଏ । ଯେଉଁ କାରଣରୁ ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ମଧ୍ୟ ହୋଇପାରେ । ଏଥି ସହିତ ହାର୍ଟ ରୋଗୀଙ୍କୁ ଅଧିକ ପାଣି ପିଇବାକୁ ବାରଣ କରାଯାଇଥାଏ, କାରଣ ଅଧିକ ପାଣି ପିଇବା ଦ୍ୱାରା ଅନ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି ଯେ ହାର୍ଟ ରୋଗୀମାନେ ପ୍ରତିଦିନ କେତେ ପାଣି ପିଇବା ଉଚିତ୍ ?

ଅଧିକ ପାଣି ପିଇବା ଦ୍ୱାରା ହାର୍ଟ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ କ୍ଷତି ହୋଇପାରେ । ଯେପରି ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ୍ । ସୂଚନା ମୁତାବକ, ଯଦି ହାର୍ଟ ରୋଗୀମାନେ ଅଧିକ ପାଣି ପିଅନ୍ତି, ତେବେ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅଧିକ ବଢିପାରେ । ତେବେ ଶରୀରରେ ସୋଡିୟମ୍, ପୋଟାସିୟମ୍ ସହିତ ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟ୍ ର ସନ୍ତୁଳନକୁ ଠିକ୍‌ ରଖିବାକୁ ହାର୍ଟ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି । ଏଭଳି ପରିସ୍ଥିତିରେ ଅଧିକ ପାଣି ପିଇବା ଦ୍ୱାରା ଇଲେକ୍ଟ୍ରୋଲାଇଟ୍ ର ସନ୍ତୁଳନ ନଷ୍ଟ ହୋଇପାରେ । ଏହା ବ୍ୟତୀତ ଅନେକ ପ୍ରକାରର ହାର୍ଟ ସମସ୍ୟା ଦେଖା ଦେଇପାରେ । ସେଥିପାଇଁ ହାର୍ଟ ରୋଗୀମାନଙ୍କୁ ଅଧିକ ପାଣି ପିଇବା ପାଇଁ ବାରଣ କରାଯାଏ ।

ହାର୍ଟ ପମ୍ପିଂ ଶରୀରରେ ଓ୍ଵାଟର ଇନ୍‌ଟେକ୍‌କୁ ଠିକ୍‌ ରଖିଥାଏ । ଯେଉଁମାନେ ହାର୍ଟ ରୋଗରେ ପଡିତ ସେମାନଙ୍କର ହାର୍ଟ ପମ୍ପିଂ କ୍ଷମତା ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ । ଏପରି ପରିସ୍ଥିତିରେ ଅଧିକ ପାଣି ପିଇବା ଦ୍ୱାରା ବିପଦ ଆହୁରି ବଢିପାରେ । ଏହା ସହ ସେହି ରୋଗୀର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ । ସେଥିପାଇଁ ହାର୍ଟ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଜଣେ ହାର୍ଟ ରୋଗୀ ପ୍ରତିଦିନ ୨ ଲିଟରରୁ ଅଧିକ ପାଣି ପିଇବା ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଉଚିତ୍ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.