ୟୁପି: ଅଟୋରେ ଗଙ୍ଗା ସ୍ନାନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୨ ଜଣଙ୍କ ମୃତ୍ୟୁ
ଘନ କୁହୁଡି ଯୋଗୁ ଉତ୍ତର ପ୍ରଦେଶର ଶାହଜହାଁପୁରରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଜାତୀୟ ରାଜପଥରେ ଏକ ଅଟୋକୁ ଟ୍ରକ୍ ଧକ୍କା ଦେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଶ୍ରଦ୍ଧାଳୁ ଅଟୋ ଯୋଗେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ ।
ଘନ କୁହୁଡି ଯୋଗୁ ଉତ୍ତର ପ୍ରଦେଶର ଶାହଜହାଁପୁରରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଜାତୀୟ ରାଜପଥରେ ଏକ ଅଟୋକୁ ଟ୍ରକ୍ ଧକ୍କା ଦେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଶ୍ରଦ୍ଧାଳୁ ଅଟୋ ଯୋଗେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ ।
ଦୁର୍ଘଟଣା ପରେ ରାସ୍ତା ଉପରେ ମୃତଦେହଗୁଡ଼ିକ ବିଛେଇ ହୋଇ ପଡ଼ିଥିଲା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହଗୁଡ଼ିକୁ ରାସ୍ତା ଉପରକୁ ହଟାଇଥିଲା ।
ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଅଟୋରେ ଭର୍ତ୍ତି ହୋଇ ୧୨ ଜଣ ଶ୍ରଦ୍ଧାଳୁ ପାଞ୍ଚାଲ ଘାଟରେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ । ଏହି ସମୟରେ ଅଲ୍ହାଗଞ୍ଜର ସୁଗସୁଗୀ ଗାଁ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋର ଉପର ଅଂଶ ଉଡ଼ିଯାଉଛି ।
ପୋଲିସ କହିଛି, ଏହି ଦୁର୍ଘଟଣାରେ ଅଟୋରେ ଥିବା ସମସ୍ତ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ୮ ଜଣ ପୁରୁଷ, ୩ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି । ଏବେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଛି । ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି । ପୋଲିସ ତାଙ୍କୁ ଖୋଜାଖୋଜି କରୁଛି ।
ସେପଟେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।