ସଲମାନ ଖାନ ତାଙ୍କର ୫ ବର୍ଷର ପ୍ରତିଶ୍ରୁତି ପୂରଣ କଲେ, ଭେଟିଲେ କ୍ୟାନ୍ସର ରୋଗରୁ ଭଲ ହୋଇଥିବା ୯ ବର୍ଷର କୁନି ଫ୍ୟାନ୍‌କୁ

ଗତ ବର୍ଷ ଜଗନବୀର କ୍ୟାନ୍ସର ରୋଗକୁ ଅତିକ୍ରମ କରିବା ମାତ୍ରେ ସେ ଡିସେମ୍ବର ୨୦୨୩ରେ ସଲମାନଙ୍କୁ ତାଙ୍କ ବାନ୍ଦ୍ରା ହାଉସ୍‌ରେ ଭେଟିଥିଲେ ଏବଂ ଜଗନବୀରଙ୍କ ଚିକିତ୍ସାର ଚ୍ୟାଲେଞ୍ଜ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିଲେ । ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିଛି ଏବଂ ପୁରୁଣା ଫଟୋ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଡକ୍ତରଖାନାରେ ଜଗନବୀରଙ୍କୁ ଭେଟିଥିଲେ । ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ସଲମାନ ଖାନଙ୍କୁ ବହୁତ ପ୍ରଶଂସା କରୁଛନ୍ତି ।

ବଲିଉଡର ସଲମାନ ଖାନ ତାଙ୍କ ରିୟଲ ଲାଇଫ୍‌ରେ ଯେତିକି ଦବଙ୍ଗ ସେତିକି ଦୟାଳୁ ମଧ୍ୟ । ତେବେ ଏହି ଅଭିନେତାଙ୍କର ବହୁତ ପ୍ରଶଂସକ ଅଛନ୍ତି ଏବଂ ଅଭିନେତା ତାଙ୍କ ସେହି ପ୍ରଶଂସକଙ୍କ ଯତ୍ନ ମଧ୍ୟ ନିଅନ୍ତି । ଦବଙ୍ଗ ଖାନ୍‌ ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । ତାଙ୍କ ଫିଲ୍ମ ‘ୱାଣ୍ଟେଡ୍’ ‘ଏକ୍ ବାର୍ ଜୋ ମେନ୍ କମେଣ୍ଟମେଣ୍ଟ କର ଦି ଫିର୍ ମେ ଆପେନ୍ ଆପ୍ କି ଭୀ ନେହିଁ ସୁଣ୍ଟା’ରେ ସଲମାନ ଯେଉଁ ଡାଇଲୋଗ କାହିଥିଲେ, ତାହା ତାଙ୍କ ବାସ୍ତବ ଜୀବନରେ ମଧ୍ୟ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତି । ତେବେ ସଲମାନ ଖାନ ଜଣେ ଫ୍ୟାନ୍ସଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏପରି ଭାବେ ଭାଇଜାନ୍‌ ସମସ୍ତଙ୍କ ମନରେ ଘର କରି ରହିଛନ୍ତି । ପୁଣି ଥରେ ସେ ଏପରି କିଛି କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଖୁସି କରିଥିଲା ଏବଂ ଯାହାର ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।

କେବଳ ଏତିକି ନୁହେଁ ସଲମାନ ଖାନ ତାଙ୍କର ୯ ବର୍ଷୀୟ ଫ୍ୟାନ୍ସ ଜଗନବୀରଙ୍କୁ ଭେଟିଥିଲେ, ଯିଏ ୯ ରାଉଣ୍ଡ କେମୋଥେରାପି ପରେ କ୍ୟାନ୍ସର ରୋଗ ସହ ଲଢେଇରେ ଜିତିଥିଲେ । ୨୦୧୮ ମସିହାରେ ସଲମାନ ଖାନ ପ୍ରଥମେ ଜଗନବୀରଙ୍କୁ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟରରେ ଭେଟିଥିଲେ, ଯେଉଁଠାରେ ୪ ବର୍ଷର ଶିଶୁ ତାଙ୍କ ଟ୍ୟୁମର ପାଇଁ କେମୋଥେରାପି ନେଉଥିଲେ । ସେହି ସମୟ ମଧ୍ୟରେ, ସଲମାନ ଜଗନବୀରଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଯେତେବେଳେ ସେ କ୍ୟାନ୍ସର ରୋଗରୁ ଭଲ ହୋଇଯିବା ପରେ ସେ ତାଙ୍କୁ ଭେଟିବେ ।

ଗତ ବର୍ଷ ଜଗନବୀର କ୍ୟାନ୍ସର ରୋଗକୁ ଅତିକ୍ରମ କରିବା ମାତ୍ରେ ସେ ଡିସେମ୍ବର ୨୦୨୩ରେ ସଲମାନଙ୍କୁ ତାଙ୍କ ବାନ୍ଦ୍ରା ହାଉସ୍‌ରେ ଭେଟିଥିଲେ ଏବଂ ଜଗନବୀରଙ୍କ ଚିକିତ୍ସାର ଚ୍ୟାଲେଞ୍ଜ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିଲେ । ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିଛି ଏବଂ ପୁରୁଣା ଫଟୋ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଡକ୍ତରଖାନାରେ ଜଗନବୀରଙ୍କୁ ଭେଟିଥିଲେ । ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ସଲମାନ ଖାନଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ସେହି ଫଟୋରେ ଜଣେ ଫ୍ୟାନ୍ସ ଲେଖିଛନ୍ତି, ସେ ଜଣେ ରିଲ ନୁହଁନ୍ତି ବରଂ ରିୟଲ ହିରୋ । ଏପରି ଭାବେ ଅନ୍ୟ ଜଣେ ଫ୍ୟାନ୍ସ ଲେଖିଥିଲେ, ‘ଏକ୍‌ ହିଇ ତୋ ଦିଲ୍‌ ହେ କିତିନି ବାର ଜିତେଙ୍ଗେ ସଲମାନ’ । ଏହି ପରି ଭାବେ ଅନେକ ୟୁଜର ଭାଇଜାନଙ୍କର ପ୍ରଶଂସା କରିଛନ୍ତି ।

ତେବେ ୨୦୨୩ ମସିହାରେ ସଲମାନ ଖାନଙ୍କର ଅନେକ ଫିଲ୍ମ ରିଲିଜ୍‌ ହୋଇଛି । ଯେପରି ଫିଲ୍ମ ‘କବି ଇଦ୍ କଭୀ ଦିୱାଲୀ’ ଏବଂ ‘ଟାଇଗର’ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲେ । ଏହା ସହ ଫିଲ୍ମର ରୋଜଗାର ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେହି ସବୁ ଫିଲ୍ମରେ ସଲମାନଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା । ତେବେ ଏପରି ଭାବେ ଫିଲ୍ମ ଜରିଆରେ ସଲମାନ ଖାନ ତାଙ୍କ ଫ୍ୟାନ୍ସଙ୍କର ମନ ଜିତିବାରେ ସଫଳ ହୋଇଛନ୍ତି । କ୍ୟାଟ୍ରିନାଙ୍କ ସହ ତାଙ୍କର ଯୋଡି ମଧ୍ୟ ଭଲ ହୋଇଥିଲା । ଆଜିକାଲି ସଲମାନ ଖାନ ଟିଭି ସୋ ‘ବିଗ୍ ବସ୍ ୧୭’ରେ ହୋଷ୍ଟ ଭାବରେ ନଜର ଆସୁଛନ୍ତି । ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ‘ବିଗ୍ ବ୍ଲ୍ୟୁ’ ରେ ମଧ୍ୟ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.