Moto G54 5G: ୩୦୦୦ ଟଙ୍କା ଶସ୍ତାରେ ପାଇପାରିବେ ଏହି 5G ଫୋନ, 12GB RAM ସହିତ ମିଳିବ 50MP କ୍ୟାମେରା

ହ୍ୟାଣ୍ଡସେଟ ନିର୍ମାତା କମ୍ପାନୀ Motorola ଗତ ବର୍ଷ ସେପ୍ଟେମ୍ବରରେ Moto G54 5G ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା । ଯଦି ଆପଣ ଏକ ନୂତନ 5G ମୋବାଇଲ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ବର୍ତ୍ତମାନ Motorola 5G ଫୋନକୁ ୩୦୦୦ ଟଙ୍କା ଶସ୍ତା ଦାମରେ ପାଇପାରିବେ । କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ନୂତନ ମୂଲ୍ୟ ସହିତ ଏହି ଫୋନଟି ତାଲିକାଭୁକ୍ତ ହୋଇଛି ।

ହ୍ୟାଣ୍ଡସେଟ ନିର୍ମାତା କମ୍ପାନୀ Motorola ଗତ ବର୍ଷ ସେପ୍ଟେମ୍ବରରେ Moto G54 5G ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା । ଯଦି ଆପଣ ଏକ ନୂତନ 5G ମୋବାଇଲ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ବର୍ତ୍ତମାନ Motorola 5G ଫୋନକୁ ୩୦୦୦ ଟଙ୍କା ଶସ୍ତା ଦାମରେ ପାଇପାରିବେ । କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ନୂତନ ମୂଲ୍ୟ ସହିତ ଏହି ଫୋନଟି ତାଲିକାଭୁକ୍ତ ହୋଇଛି ।

ଫ୍ଲିପକାର୍ଟରେ ଏହି ଫୋନ୍ ସହିତ କିଛି ଭଲ ବ୍ୟାଙ୍କ ଅଫର୍ ମଧ୍ୟ ଉପଲବ୍ଧ, ଆପଣ କାନାରା ବ୍ୟାଙ୍କ, ସିଟି ବ୍ୟାଙ୍କ ଏବଂ IDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଲ୍ ପେମେଣ୍ଟ ଉପରେ ୧୦ ପ୍ରତିଶତ (୨୦୦୦ ଟଙ୍କା ପର୍ଯ୍ୟନ୍ତ) ରିହାତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ମୂଲ୍ୟ ହ୍ରାସ ପରେ ଆପଣ ଏହି 5G ଫୋନଟି କେତେ ଦାମରେ ପାଇପାରିବେ?

Motorolaର ଏହି 5G ଫୋନ ଦୁଇଟି ଭାରିଆଣ୍ଟର ଅଛି, 8GB RAM ସହିତ 128GB ଷ୍ଟୋରେଜ୍ ଏବଂ 256GB ଷ୍ଟୋରେଜ୍ ସହିତ 12 GB RAM । 128GB ଷ୍ଟୋରେଜ୍ ଭାରିଆଣ୍ଟ ଗତ ବର୍ଷ ୧୫,୯୯୯ ଟଙ୍କାରେ ଏବଂ 256GB ଷ୍ଟୋରେଜ୍ ଭାରିଆଣ୍ଟ ୧୮,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା ।

ବର୍ତ୍ତମାନ ୩୦୦୦ ଟଙ୍କା ରିହାତି ପରେ ଆପଣ 128GB ଭାରିଆଣ୍ଟକୁ ୧୩,୯୯୯ ଟଙ୍କା ଏବଂ 256GB ଭାରିଆଣ୍ଟ ୧୫,୯୯୯ ଟଙ୍କା ପାଇବେ । ଆପଣ ଏହି ଫୋନକୁ ତିନୋଟି କଲର ଅପ୍ସନ ଯଥା ପର୍ଲ ବ୍ଲୁ, ମିଡନାଇଟ୍ ବ୍ଲୁ ଏବଂ ମିଣ୍ଟ ଗ୍ରୀନରେ କିଣିପାରିବେ ।

Moto G54 5G ସ୍ପେସିଫିକେସନ:

ଡିସପ୍ଲେ: ମୋଟରୋଲାର ଏହି 5G ଫୋନରେ 6.5 ଇଞ୍ଚ ଫୁଲ୍ HD ପ୍ଲସ୍ ସ୍କ୍ରିନ୍ ଅଛି ଯାହା 120 Hz ରିଫ୍ରେସ ରେଟକୁ ସପୋର୍ଟ କରେ ।

ପ୍ରୋସେସର: ଅକ୍ଟା-କୋର ମିଡିଆଟେକ ଡାଇମେନ୍ସିଟି 7020 ଚିପସେଟ୍ ଫୋନରେ ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ବ୍ୟବହୃତ ହୋଇଛି ।

କ୍ୟାମେରା: ରିୟରରେ ୫୦ ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର ରହିଛି ଯାହା ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନକୁ ସପୋର୍ଟ କରେ, ଏବଂ 8 ମେଗାପିକ୍ସେଲ ସେନ୍ସର ଯାହା ମାକ୍ରୋ ଏବଂ ଅଲ୍ଟ୍ରା ୱାଇଡ୍ ଲେନ୍ସ ଡେପ୍ଥ ସହିତ ଆସେ । ଫ୍ରଣ୍ଟରେ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ସେନ୍ସର ମଧ୍ୟ ଉପଲବ୍ଧ ରହିଛି ।

ବ୍ୟାଟେରୀ କ୍ଷମତା: ଫୋନ ଚାର୍ଜ ପାଇଁ 33 ୱାଟ ଫାଷ୍ଟ ଚାର୍ଜ ସପୋର୍ଟ ସହିତ ୫୦୦୦ mAh ବ୍ୟାଟେରୀ ଦିଆଯାଇଛି ।

ଅନ୍ୟାନ୍ୟ ଫିଚର: 5G କନେକ୍ଟିଭିଟି ବ୍ୟତୀତ ଷ୍ଟେରିଓ ସ୍ପିକର, ଡଲବି ଆଟମୋସ୍, 3.5 ମିଲିମିଟର ହେଡଫୋନ୍ ଜ୍ୟାକ୍, USB ଟାଇପ୍-ସି ପୋର୍ଟ ଏବଂ ସାଇଡ୍-ମାଉଣ୍ଟ ଫିଙ୍ଗର ପ୍ରିଣ୍ଟ ସେନ୍ସର ସିକ୍ୟୁରିଟି ପାଇଁ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.