ରୁଷ୍‌ ସୈନ୍ୟ ବିମାନ କ୍ରାସ୍‌, ୬୫ କଏଦୀଙ୍କ ସମେତ ସମସ୍ତ ୭୪ ଜଣ ମୃତ

ରୁଷ୍‌ରେ ବୁଧବାର ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସମସ୍ତ ୭୪ ଜଣଙ୍କ ମୃତ୍ୟୁ ଘଟିଛି । ୟୁକ୍ରେନ ସୀମା ସଂଲଗ୍ନ ବେଲଗୋରୋହ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୬୫ ଜଣ ୟୁକ୍ରେନ କଏଦୀଙ୍କ ସହ ୯ ଜଣ ରୁଷୀୟ କ୍ରୁ ପ୍ରାଣ ହରାଇଛନ୍ତି ।

ରୁଷ୍‌ରେ ବୁଧବାର ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସମସ୍ତ ୭୪ ଜଣଙ୍କ ମୃତ୍ୟୁ ଘଟିଛି । ୟୁକ୍ରେନ ସୀମା ସଂଲଗ୍ନ ବେଲଗୋରୋହ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୬୫ ଜଣ ୟୁକ୍ରେନ କଏଦୀଙ୍କ ସହ ୯ ଜଣ ରୁଷୀୟ କ୍ରୁ ପ୍ରାଣ ହରାଇଛନ୍ତି । ୬୫ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷୀୟ ସୈନ୍ୟ ବିମାନ ‘ଇଲ୍ୟୁଶିନ II-76’ କ୍ରାସ୍‌ ହୋଇଥିବା ସୂଚନା ରହିଛି ।

ସେପଟେ ଏହି ଘଟଣାରେ ଏବେ ଏକ ନୂଆ ମୋଡ଼ ଆସିଛି । ଦୁର୍ଘଟଣାର କିଛି ଘଣ୍ଟା ପରେ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ ୟୁକ୍ରେନ ପକ୍ଷରୁ ଛଡ଼ାଯାଇଥିବା ମିସାଇଲ ଏୟାରକ୍ରାଫ୍ଟ ସହ ଧକ୍କା ହୋଇଥିଲା । ୟୁକ୍ରେନ ନିଜର ହିଁ ନାଗରିକମାନଙ୍କୁ ମୃତ୍ୟୁମୁଖକୁ ଠେଲିଛି । ଏହା ଆତଙ୍କୀ ଆକ୍ରମଣ ।

ଅନ୍ୟପଟେ ୟୁକ୍ରେନର କହିବା ହେଲା, ଏହା ରୁଷ୍‌ର ଷଡ଼ଯନ୍ତ୍ର ହୋଇପାରେ । ଆମେ ନିଜ ମିଲିଟାରୀ ଟିମ୍‌ ଘଟଣାସ୍ଥଳକୁ ପଠାଇଛୁ । ଯାଞ୍ଚ ପରେ ସମ୍ପୂର୍ଣ୍ଣ ସୂଚନା ଦେବୁ । ଏହି ଦୁର୍ଘଟଣା ପଶ୍ଚିମ ବେଲଗୋରୋଦ ଅଞ୍ଚଳରେ ରୁଷୀୟ ସମୟ ଅନୁସାରେ, ଦିନ ୧୧ଟା ବେଳେ ଘଟିଥିଲା । ଗଭର୍ଣ୍ଣର ଭାଏଶେଲବ ଗ୍ଲାଡ୍‌କୋଭ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ଜାରି ଭିଡିଓରେ ଦେଖାଯାଉଛି, ରୁଷ୍‌ର II-76 ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ହଠାତ୍‌ ଜୋର୍‌ରେ ତଳକୁ ଖସୁଛି ଏବଂ ଏହାପରେ ଏକ ଛୋଟ ରିଫାଇନାରୀଠାରୁ ଅଳ୍ପ ଦୂରରେ କ୍ରାସ୍‌ ହୋଇଯାଉଛି । ୧୬୪ ଫୁଟ୍‌ ଲମ୍ବାର ଏହି ବିମାନ କ୍ରାସ୍‌ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.