ବଦଳୁଛି କୋଟିଆ ଚିତ୍ର : ୬ ମାସରେ ଅଧିକ ପରିବର୍ତ୍ତନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

କୋରାପୁଟ : ରାଜ୍ୟର ବିକାଶ ମାନଚିତ୍ରରେ କୋଟିଆ ଗ୍ରାମପୁଞ୍ଜର ନବକଳେବର । ୬ ମାସ ଭିତରେ ବଦଳିବ ଚିତ୍ର । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆସିବ । କୋଟିଆ ଅଞ୍ଚଳରେ ଥିବା ସେବାଶ୍ରମ ସ୍କୁଲକୁ ଅପଗ୍ରେଡ୍‌ କରାଯାଇଛି । ଗ୍ରାମ ଉନ୍ନୟମ ବିଭାଗ ପକ୍ଷରୁ ୭ଟି ପ୍ରମୁଖ ରାସ୍ତାର ଉନ୍ନତିକରଣ ପାଇଁ ମଞ୍ଜୁର ହୋଇଛି ୮୧ କୋଟି ଟଙ୍କା । ମୋବାଇଲ ନେଟଓ୍ଵାର୍କ ସ୍ଥାପନ ପାଇଁ ବିଏସଏନଏଲ୍‌କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ପିଏଚ୍‌ସିକୁ ସିଏଚସିକୁ ଉନ୍ନୀତ କରାଯିବା ସହ ୧୦ଟି ବେଡ୍‌ ରହିବ । ୧ ହଜାର ୭୬୨ ଜଣଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଜମିପଟ୍ଟା ଦିଆଯାଇଛି । କୋଟିଆର ବିକାଶ ପାଇଁ ସବୁ ବିଭାଗରୁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । କୋଟିଆର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହା କହିଛନ୍ତି ।

ସେହିପରି ପ୍ରଥମ ଥର ପାଇଁ କୋଟିଆବାସୀଙ୍କ ହାତ ପାହାନ୍ତାରେ ପହଞ୍ଚିଛି ବ୍ୟାଙ୍କ ସେବା । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟକ୍ଷମ ହୋଇଛି ଗ୍ରାହକ ସେବା କେନ୍ଦ୍ର । ଆଗକୁ କୋଟିଆରେ ଥାନା ପ୍ରତିଷ୍ଠା ହେବ । ଦକ୍ଷିଣ-ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ଆଶିଷ ସିଂହ ଏନେଇ ସମୀକ୍ଷା କରିଛନ୍ତି ।

ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ କୋଟିଆର ବିକାଶକୁ ଗୁରୁତ୍ୱ ରାଜ୍ୟ ସରକାର ଦେଇଛନ୍ତି । ପୂର୍ବରୁ କୋଟିଆକୁ ବସ୍‌ ଗଡ଼ିିଥିବାବେଳେ ଭବିଷ୍ୟତ ପାଇଁ ଅନେକ ଯୋଜନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.