ନବରଙ୍ଗପୁର (କେନ୍ୟୁଜ୍) : ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କ ଗଲାକାଟି ହତ୍ୟା। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଭେନସ୍ ଗାଁରେ ଘଟିଛି ଏହି ହତ୍ୟା। ଗତକାଲି ରାତିରେ ମାଓବାଦୀମାନେ ଗାଁର ଟୁଲୁ ଗଣ୍ଡଙ୍କୁ ଘରୁ ଡାକିଆଣି ଅଙ୍ଗନୱାଡି କେନ୍ଦ୍ର ନିକଟରେ ହତ୍ୟା କରିଥିଲେ। ମୃତଦେହ ନିକଟରେ ଏକ ପୋଷ୍ଟର ଛାଡିଯାଇଛନ୍ତି। ଇନ୍ଦାଗାଁ ଏରିଆ କମିଟି ପକ୍ଷରୁ ଏହି ହତ୍ୟା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଟୁଲୁ ମାଓବାଦୀଙ୍କ ବିରୁଦ୍ଧରେ ପୋଲିସକୁ ଖବର ଦେଉଥିବାରୁ ତାକୁ ହତ୍ୟା କରାଯାଇଥିବା କୁହାଯାଇଛି।