ଭୁବନେଶ୍ବର(କେନ୍ୟୁଜ୍) :ହେମା ଗମାଙ୍ଗଙ୍କ ଘର ବାହୁଡା। କଂଗ୍ରେସକୁ ପୁଣି ଫେରିବେ ହେମା। ଏନେଇ ସେ ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗ୍ରୀନ୍ ସିଗନାଲ୍ ମିଳିବାକୁ ସେ ଅପେକ୍ଷା କରିଛନ୍ତି। ଏହାପରେ ସେ ଦଳରେ ଯୋଗଦେବେ ବୋଲି କହିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ବିଜେଡିରେ ରହି ଶ୍ୱାସରୁଦ୍ଧ ହୋଇଯାଇଥିବାରୁ ସେ ଦଳ ଛାଡିଥିବା କହିଛନ୍ତି।
ହେମା ଗମାଙ୍ଗ କଂଗ୍ରେସକୁ ଫେରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଶିର ଗମାଙ୍ଗ। ସେ କିହଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ମୋର କଂଗ୍ରେସକୁ ଫେରିବାର ପ୍ରଶ୍ନ ଉଠୁନି। ମୁଁ ବିଜେପିରେ ରହିଛି ଓ ରହିଥିବି ବୋଲି ଶିଶିର ଗମାଙ୍ଗ କହିଛନ୍ତି।