Below header

ଟ୍ରାଇର ନୂଆ ନିୟମକୁ ନେଇ ଦ୍ବନ୍ଦ୍ବରେ ଗ୍ରାହକ, କଣ ଦେଖିବେ କଣ ନାହିଁ କରିପାରୁନାହାନ୍ତି ଚୟନ

ନୂଆଦିଲ୍ଲୀ : କେବୁଲ ଟିଭି ଏବଂ ଡିଟିଏଚ ସବସ୍କ୍ରିପସନର ନିୟମରେ ଟ୍ରାଇ ଯେଉଁ ପରିବର୍ତ୍ତନ କରିଛି, ଏଥିରେ କେବୁଲ ଅପରେଟରଙ୍କ ସହ ଗ୍ରାହକ ମଧ୍ୟ ଖୁସି ନାହାନ୍ତି। ଏହି ନିୟମ ନେଇ ବର୍ତ୍ତମାନ ପର‌୍ୟ୍ୟନ୍ତ ସମସ୍ତେ ଦ୍ବନ୍ଦରେ ରହିଛନ୍ତି। ଅପରେଟରଙ୍କ କହିବା ମୁତାବକ ଉପଭୋକ୍ତାମାନେ ଏପର‌୍ୟ୍ୟନ୍ତ କେଉଁ ଚ୍ୟାନେଲ ରଖିବେ ଏବଂ କେଉଁ ଚ୍ୟାନେଲ ଛାଡ଼ିବେ ନେଇ କିଛି ସ୍ଥିର କରିପାରୁ ନାହାନ୍ତି। ଏହା ବ୍ୟତିତ ଟ୍ରାଇ ଏହାକୁ ବଦଳାଇବା ପାଇଁ ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ଦେଇଛି, କିନ୍ତୁ ଏହା ଦ୍ବାରା ଟ୍ରାଇର ହିଁ ଅଧିକ କ୍ଷତି ହେବ।

dth

ଦିଲ୍ଳୀ କେବୁଲ ଅପରେଟର ଆସୋସିଏସନର ଜୟେଣ୍ଟ ସେକ୍ରେଟରି ଚନ୍ଦ୍ରଦୀପ ଭାଟିଆଙ୍କ କହିବା ଅନୁସାରେ, ନୂଆ କେବୁଲ ଟାରିଫ୍ ପ୍ଳାନ୍ ଲାଗୁ ହେବାପରେ ଉପଭୋକ୍ତା ବହୁତ ଅସୁବିଧାର ସାମ୍ନା କରୁଛନ୍ତି । ଯଦି ଗୋଟେ ଘରେ ୪ଟି ଟିଭି ରହିଛି ତେବେ ସବୁ ଟେଲିଭିଜନ ପାଇଁ ଅଲଗା ଅଲଗା ପ୍ଳାନ ଚୟନ କରିବାକୁ ପଡ଼ୁଛି। ଫଳରେ ଗୋଟିଏ ପରିବାର ପାଇଁ , ପୂର୍ବତୁଳନାରେ ଅଧିକ ଖର୍ଚ୍ଚ ହେଉଛି। ଏହାପରେ ମଧ୍ୟ ଗ୍ରାହକଙ୍କୁ ତାଙ୍କ ମନମୁତାବକ ପ୍ଳାନ ମିଳୁନାହିଁ।

ନିଶ୍ଚିତ ପଢ଼ନ୍ତୁ:କେବୁଲ ଓ ଡିଟିଏଚ୍‌ ଉପଭୋକ୍ତାଙ୍କ ଚ୍ୟାନେଲ ଚୟନ ସୀମା ବୃଦ୍ଧି, ଫେବୃଆରୀ ୧ରୁ ଦେଖିପାରିବେ ନିଜ ପସନ୍ଦର ଚ୍ୟାନେଲ

ଭାଟିଆଙ୍କ କହିବା ଅନୁସାରେ ପ୍ରଥମେ ଯେଉଁ ଦେୟ ଯୁକ୍ତ ଚ୍ୟାନେଲ ପାଇଁ ଗ୍ରାହକମାନଙ୍କୁ ୫ଟଙ୍କା ଦେବାକୁ ପଡ଼ୁଥିଲା ଏବେ ସେହି ଚ୍ୟାନେଲ ଦେଖିବା ପାଇଁ ୨୦ଟଙ୍କା ଦେବାକୁ ପଡ଼ିବ। ଟ୍ରାଇ କହିବା ଅନୁସାରେ ଉପଭୋକ୍ତାମାନଙ୍କୁ ନୂଆ ଟାରିଫରେ ଚ୍ୟାନେଲ ୨୦ରୁ୨୫ ପ୍ରତିଶତ ଶସ୍ତା ହୋଇଯିବ। କିନ୍ତୁ ଅପରେଟରଙ୍କ ତୁଳନାରେ ନୂଆ ଟଶରିଫ୍ ଲାଗୁ ହେବା ପରେ ଚ୍ୟାନେଲ ୨୦ରୁ୨୫ ପ୍ରତିଶତ ମହଙ୍ଗା ହୋଇପାରେ।

ଡ଼େନ କେବୁଲ ଅପରେଟରର ପରମଜିତ ସିଂହଙ୍କ କହିବା ଅନୁସାରେ, ଡ଼େନ ଉପଭୋକ୍ତାମାନଙ୍କୁ ନିଜ ପସନ୍ଦର ଚ୍ୟାନେଲ ଦେଖିବା ପାଇଁ ଫର୍ମର ବ୍ୟବସ୍ଥା କରିଥିଲା। ଯାହାକୁ ବର୍ତ୍ତମାନ ପର‌୍ୟ୍ୟନ୍ତ କେବଳ ୧୦ ପ୍ରତିଶତ ଉପଭୋକ୍ତା ହିଁ ପୂରଣ କରିଛନ୍ତି। ଏଥିରୁ ଗ୍ରାହକଙ୍କ ମନରେ ଏହି ଟାରିଫ ପରିବର୍ତ୍ତନକୁ ନେଇ ଦ୍ବନ୍ଦ ରହିଥିବା ଜଣାପଡ଼ିଛି।

ନିଶ୍ଚିତ ପଢ଼ନ୍ତୁ: ଆଜିଠୁ କେବୁଲ୍‌ ଓ DTH ସେବା ପାଇଁ ନୂଆ ଟାରିଫ୍‌ ନୀତି

ଏବେ କେଉଁ ଚ୍ୟାନେଲ ରଖିବେ ଏବଂ କେଉଁ ଚ୍ୟାନେଲ ରଖିବେନି ସେନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ। ନୂଆ ତାରିଫ ଲାଗୁ ହେବା ପରେ ଏମଏସଓ ଚ୍ୟାନେଲ ପ୍ୟାକେଜ ରହିଛି କିନ୍ତୁ ଏହା ମଧ୍ୟରେ ‘ଜି’ ଚ୍ୟାନେଲ ନାହିଁ। ଯଦି ଉପଭୋକ୍ତାମାନଙ୍କୁ ‘ଜି’ ନ୍ୟୁଜ କିମ୍ବା ‘ଜି’ ସିନେମା ଦେଖିବକୁ ଇଛା ହୁଏ ତେବେ ସେମାନଙ୍କୁ ତାହାକୁ ଅଲଗା କିଣିବାକୁ ପଡ଼ିବ। ଯାହା ପୂର୍ବପେକ୍ଷା ମହଙ୍ଗା ପଡ଼ିବ। ହାଥୱେ ୨୭୦ଟଙ୍କାରେ ଚ୍ୟାନେଲ ପ୍ୟାକେଜ ଦେଉଛି କିନ୍ତୁ ଏଥିରେ କେତେ ଗୁଡ଼ିଏ ବୋଡ଼କାଷ୍ଟର ଚ୍ୟାନେଲ ମଧ୍ୟ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.