ଏହି ଦେଶରେ ୧ ଘଣ୍ଟା ଭିତରେ ହୋଇଥିଲେ ତିନି ଜଣ ରାଷ୍ଟ୍ରପତି, ବିଶ୍ବ ରେକର୍ଡରେ ହୋଇଥିଲା ସାମିଲ୍

ଉତ୍ତର ଆମେରିକାରେ ଥିବା ଏକ ଦେଶ ମେକ୍ସିକୋ, ଯାହା ଆମେରିକାରେ ପଞ୍ଚମ ଏବଂ ଦୁନିଆର ୧୪ତମ ସବୁଠାରୁ ବଡ ସ୍ବତନ୍ତ୍ର ରାଷ୍ଟ୍ର ଅଟେ। ଏକ ସମୟ ଥିଲା ଯେତେବେଳେ ଏହି ଦେଶରେ ଗୋଟିଏ ଘଣ୍ଟା ଭିତରେ ତିନି ଜଣ ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନ ଏହାର ରାଜଧାନୀ ମେକ୍ସିକୋ ସିଟି ମାଟିରେ ମିଶିବାକୁ ଳାଗିଲାଣି।

ରିପୋର୍ଟ ଅନୁଯାୟୀ ହ୍ରଦ ଭିତରେ ଥିବା ଅଜଟେକ୍ ସିଟି ଉପରେ ଥିବା ଏହି ସହର ସବୁ ବର୍ଷ ୬ ରୁ ୯ ଇଞ୍ଚ ପର୍ଯ୍ୟନ୍ତ ଧସିବାରେ ଲାଗିଛି। ଏହାର କାରଣ ହେଉଛି ମାଟି ତଳେ ଥିବା ପାଣିର ସ୍ତର ହ୍ରାସ ହେବାରେ ଲାଗିଛି। ଏହି କାରଣରୁ ଏଠାରେ ଥିବା ବଡ ବଡ ଅଟ୍ଟାଳିକା ମଧ୍ୟ ଲଗାତର ପାଣି ଭିତରେ ଧସି ଯାଉଛି।

cityଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଦୁନିଆର ସବୁଠାରୁ ପୁରୁଣା ଗଛ ମେକ୍ସିକୋରେ ହିଁ ଅଛି। ଏହି ଗଛର ନାମ ହେଉଛି ମାଣ୍ଟେଜୁମା ସାଇପ୍ରସ, ଯାହାର ଲମ୍ବ ୪୦ ଫୁଟ। ଏହି ଗଛ ପ୍ରାୟ ୨୦୦୦ ବର୍ଷ ପୁରୁଣା ଅଟେ।

ନିଶ୍ଚୟ ପଢ଼ନ୍ତୁ : ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମର ଅସ୍ଥି କାହିଁକି ଆଜି ଯାଏଁ କରାଯାଇନାହିଁ ବିସର୍ଜନ ??

ଦୁନିଆର ସବୁଠାରୁ ଛୋଟ ଜ୍ବାଲାମୁଖୀ ମଧ୍ୟ ଏହି ଦେଶରେ ଅଛି। କ୍ୟୁସ୍କୋମେଟ ନାମକ ଜ୍ବାଲାମୁଖୀ ଏଠାକାର ପ୍ୟୁବଲା ସହରରେ ଅଛି। ଏହି ଜ୍ବାଲାମୁଖୀର ଲମ୍ବ ୪୩ ଫୁଟ (୧୩ ମିଟର) ଏବଂ ଚଉଡା ୨୩ ମିଟର ଅଟେ।

pirameedସାଧାରଣତଃ ଲୋକମାନଙ୍କୁ ଲାଗିଥାଏ ଯେ ପିରାମିଡ୍ କେବଳ ମିଶରରେ ହିଁ ଅଛି। କିନ୍ତୁ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ମେକ୍ସିକୋରେ ମଧ୍ୟ ଗୋଟିଏ ପିରାମିଡ୍ ରହିଛି। ଯାହା ଦୁନିଆର ସାତଟି ଆଶ୍ଚର୍ଯ୍ୟ ମଧ୍ୟରେ ସାମିଲ ଅଛି। କୁହାଯାଏ ଯେ ଏହାକୁ ମାୟା ସଭ୍ୟତାର ଲୋକମାନେ ତିଆରି କରିଥିଲେ।

presidentବର୍ଷ ୧୯୧୩ରେ ମେକ୍ସିକୋରେ ଗୋଟିଏ ଘଣ୍ଟାରେ ତିନି ଜଣ ଅଲଗା-ଅଲଗା ରାଷ୍ଟ୍ରପତି ରହିଥିଲେ। ମେଡିରୋର ରାଷ୍ଟ୍ରପତି ପଦରୁ ହଟିବା ପରେ ଗୋଟିଏ ଘଣ୍ଟା ଭିତରେ ପ୍ରଥମେ ପେଡ୍ରୋ ଲ୍ୟାସକ୍ୟୁରେନ ଏବଂ ପରେ ହ୍ୟୁରେଟା ରାଷ୍ଟ୍ରପତି ହୋଇଥିଲେ। ପେଡ୍ରୋ ଲ୍ୟାସକ୍ୟୁରେନ ଦେଶର ୩୪ତମ ରାଷ୍ଟ୍ରପତି ହୋଇଥିଲେ, ଯାହା କେବଳ ୨୬ ମିନିଟ ପାଇଁ ହୋଇଥିଲେ। ସବୁଠାରୁ କମ୍ ସମୟ ପର‌୍ୟ୍ୟନ୍ତ ରାଷ୍ଟ୍ରପତି ପଦରେ ରହିବା କାରଣରୁ ଏହା ବିଶ୍ବ ରେକର୍ଡରେ ସାମିଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.