ଭୁବନେଶ୍ୱର : ଭାଲେଣ୍ଟାଇନ୍‌ ସପ୍ତାହରେ ଛେଚା ଖାଇଲେ ଲଭର ବୟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପାଶ୍ଚତ୍ୟର ପ୍ରଭାବ । ଭାଲେଣ୍ଟାଇନ୍‌ ସପ୍ତାହରେ କିଶେର କିଶେରୀ, ଯୁବକ ଯୁବତୀଙ୍କ ମଧ୍ୟରେ ଦିନ ଅନୁସାରେ ଚାଲିଛି ପ୍ରେମ ନିବେଦନ । ହେଲେ ୟା ଭିତରେ ସମସ୍ତଙ୍କୁ ବଳିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର । ପ୍ରେମର ରଙ୍ଗ ଏମିତି ତାଙ୍କ ଠାରେ ଲାଗିଲା ଯେ ସେ ଜଣେ କି ଦୁଇ ଜଣ ନୁହେଁ ଏକାଥରେ ଚାରି ଚାରି ଜଣ ନାବାଳିକା ପ୍ରେମିକାଙ୍କୁ ଧରି ଖଣ୍ଡଗିରିରେ ପହଞ୍ଚିଥିଲେ । ତେବେ ଏଇ ପ୍ରେମ ସପ୍ତାହରେ ତାଙ୍କର ଦୁର୍ଭାଗ୍ୟ ଯେ ସେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ । ଏହା ପରେ ନିର୍ଧୁମ୍‌ ଛେଚା ଖାଇଲେ ରୋମିଓ ଜଣକ । ମୋବାଇଲ୍‌ ଛଡ଼ାଇ ଦେଖିଲା ବେଳକୁ ତା ଭିତରେ ଥିଲା ଏଇ ପ୍ରେମିକାମାନଙ୍କ ସହ ଦେଖି ହେଉନଥିବା ଫଟୋ ସବୁ । ତାଠାରୁ ଆହୁରି କିଛି ଅଧିକ ମଧ୍ୟ ଥିଲା । ତେଣୁ ସ୍ଥାନୀୟ ଲୋକେ ମୋବାଇଲ୍‌ ଭାଙ୍ଗି ଦେବା ସହ ସିମ୍‌କାର୍ଡ଼ ନଷ୍ଟ କରିଦେଲେ । ଭୁଲ ମାଗି ଆଉ କେବେ ଏଭଳି କରିବ ନାହିଁ ବୋଲି ଲଭର ବୟ ଜଣକ କହି ଖସିଗଲା । ଝିଅମାନଙ୍କୁ ମଧ୍ୟ ତାଗିଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.