ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପୁଟିନ୍ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଟେଲିଫୋନିକ୍ ବାର୍ତ୍ତାଳାପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ପୁଟିନ୍ ପୁଣିଥରେ ରୁଷ୍ର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ପିଏମ୍ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ପୁଟିନ୍ ପୁଣିଥରେ ରୁଷ୍ର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ପିଏମ୍ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟେଲିଫୋନିକ୍ ବାର୍ତ୍ତାଳାପ ବେଳେ ଉଭୟ ନେତା ଭାରତ ଏବଂ ରୁଷ୍ର ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଉଭୟ ନେତା ସହମତି ପ୍ରକାଶ କରିଥିଲେ ଯେ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୁଇ ଦେଶ ସ୍ୱତନ୍ତ୍ର ତଥା ବିଶେଷାଧିକାର ରଣନୀତିକ ଭାଗିଦାରୀକୁ ଆହୁରି ଅଧିକ ବଢ଼ାଇବେ । ଏହା ବ୍ୟତୀତ ଏହାକୁ ବିସ୍ତାର କରିବା ପାଇଁ ଉଭୟ ଦେଶ ମିଳିତ ଭାବରେ କାର୍ଯ୍ୟ କରିବେ । ଏ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦି ‘X’ରେ ଏକ ପୋଷ୍ଟ୍ ମଧ୍ୟ ସେୟାର କରିଛନ୍ତି ।
Spoke with President Putin and congratulated him on his re-election as the President of the Russian Federation. We agreed to work together to further deepen and expand India-Russia Special & Privileged Strategic Partnership in the years ahead. @KremlinRussia
— Narendra Modi (@narendramodi) March 20, 2024
ସୂଚନାଯୋଗ୍ୟ, ନିକଟରେ ରୁଷ୍ରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । ଏଥିରେ ଭ୍ଲାଦିମିର ପୁଟିନ ଏକ ବୃହତ ବିଜୟ ହାସଲ କରିଛନ୍ତି । ରାଷ୍ଟ୍ରପତି ପଦ ପାଇଁ ପୁଟିନ ତାଙ୍କ ପଞ୍ଚମ କାର୍ଯ୍ୟକାଳ ହାସଲ କରିଛନ୍ତି ।
ପିଏମ୍ ମୋଦି ଓ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ଭାରତ ଏବଂ ରୁଷ୍ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଅଗ୍ରଗତି ସମୀକ୍ଷା ମଧ୍ୟ କରିଛନ୍ତି । ପାରସ୍ପରିକ ହିତ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା ।
କହି ରଖୁଛୁ ଯେ ରୁଷ୍ରେ ରାଷ୍ଟ୍ରପତି ପଦକୁ ନେଇ ହୋଇଥିବା ଏହି ନିର୍ବାଚନରେ ପୁଟିନ ୮୭% ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି । ସେ ପଞ୍ଚମ ଥର ପାଇଁ ଦେଶର ରାଷ୍ଟ୍ରପତି ହୋଇଛନ୍ତି ।