ବନବିଭାଗ କର୍ମଚାରୀଙ୍କୁ ଶିକାରୀ ଆକ୍ରମଣ ଘଟଣାରେ ଜଣେ ଶିକାରୀ ଗିରଫ

ଆକ୍ସନ ମୋଡରେ ବନବିଭାଗ। କୁଲଡିହା ଅଭୟାରଣ୍ୟରେ ବନ ବିଭାଗର କଡ଼ା ପଦକ୍ଷେପ । ବନବିଭାଗ କର୍ମଚାରୀଙ୍କୁ ଶିକାରୀ ଆକ୍ରମଣ ଘଟଣାରେ ଜଣେ ଶିକାରୀ ଗିରଫ । ନୀଳଗିରି ପୋଲିସ ସହାୟତାରେ ଗିରଫ କରିଛି ବନବିଭାଗ ।

ବାଲେଶ୍ବର(କେନ୍ୟୁଜ୍‌): ଆକ୍ସନ ମୋଡରେ ବନବିଭାଗ । କୁଲଡିହା ଅଭୟାରଣ୍ୟରେ ବନ ବିଭାଗର କଡ଼ା ପଦକ୍ଷେପ । ବନବିଭାଗ କର୍ମଚାରୀଙ୍କୁ ଶିକାରୀ ଆକ୍ରମଣ ଘଟଣାରେ ଜଣେ ଶିକାରୀ ଗିରଫ । ନୀଳଗିରି ପୋଲିସ ସହାୟତାରେ ଗିରଫ କରିଛି ବନବିଭାଗ । ତା ନିକଟରୁ ୩ଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ହାତହତିଆର ଜବତ କରାଯାଇଛି । ଚଢ଼ାଉ ଆହୁରି ଜୋରଦାର ହେବା ନେଇ ସୂଚନା ଦେଇଛନ୍ତି ବାଲେଶ୍ବର DFO।ଏପଟେ ଆଜିଠୁ ନୀଳଗିରି କୁଳଡିହା ଅଭୟାରଣ୍ୟରେ ଜୋରଦାର ହେବ କମ୍ବିଂ ଅପରେସନ ।

ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ପକ୍ଷରୁ ଆରମ୍ଭ ହେବ ମିଳିତ କମ୍ୱିଂ ଅପରେସନ । କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୁଡ଼କୁ ଆସିଛି ବନ ବିଭାଗ । ଯିଏ ଚୋରା ବନ୍ଧୁକ ରଖିଛନ୍ତି, ତୁରନ୍ତ ସରେଣ୍ଡର କରିବାକୁ ଚେତାବନୀ ଦେଇଛି ଅଧିକାରୀ । ସୋମବାର ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଥିଲେ । ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁଇ ଜଣ ବିପଦମୁକ୍ତ ଅଛନ୍ତି । ଏହାପରେ ବନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.