ଜାଣନ୍ତୁ ଫେସ୍‌ରେ କେତେ ମିନିଟ୍ ପାଇଁ ଆଲୋଭେରା ଲଗାଇବା ଉଚିତ୍ ? ଅନେକ ସ୍କିନ୍‌ ସମସ୍ୟା ହେବ ଦୂର 

ଆଲୋଭେରା ତ୍ୱଚାରେ ଥିବା ଦାଗକୁ କମ୍‌ କରିଥାଏ ଏବଂ ସ୍କିନ୍‌ର ଅନ୍ୟାନ୍ୟ ସମସ୍ୟା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଆଲୋଭେରା ବିଷୟରେ ବିଶେଷ କଥା ହେଉଛି ଏହା ସ୍କିନ୍‌କୁ ଭିତରରୁ ମଶ୍ଚରାଇଜ୍ କରିଥାଏ କିନ୍ତୁ ସମସ୍ତଙ୍କ ସ୍କିନ୍‌ ଏକା ଭଳି ହୋଇନଥାଏ ଏବଂ ଆପଣ ସେହି ଅନୁଯାୟୀ ଆଲୋଭେରା ବ୍ୟବହାର କରିବା ଉଚିତ୍ ।

ପ୍ରତ୍ୟେକ ବିୟୁଟି ପ୍ରଡକ୍ଟରେ ଆପଣ ଆଲୋଭେରା ପାଇବେ । ଏହାର ବିଶେଷ କଥା ହେଉଛି ଏହା ସ୍କିନ୍‌ ପାଇଁ ବହୁତ ଉପାୟରେ କାମ କରେ । ତେବେ ଏଥିରେ ଆପଣ ସ୍କିନ୍‌କୁ ସ୍କ୍ରବ୍‌ ମଧ୍ୟ କରିପାରିବେ । ଯାହାଫଳରେ ଏହା ଆପଣଙ୍କ ତ୍ୱଚାରେ ଥିବା ଦାଗକୁ କମ୍‌ କରିଥାଏ ଏବଂ ସ୍କିନ୍‌ର ଅନ୍ୟାନ୍ୟ ସମସ୍ୟା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଆଲୋଭେରା ବିଷୟରେ ବିଶେଷ କଥା ହେଉଛି ଏହା ସ୍କିନ୍‌କୁ ଭିତରରୁ ମଶ୍ଚରାଇଜ୍ କରିଥାଏ କିନ୍ତୁ ସମସ୍ତଙ୍କ ସ୍କିନ୍‌ ଏକା ଭଳି ହୋଇନଥାଏ ଏବଂ ଆପଣ ସେହି ଅନୁଯାୟୀ ଆଲୋଭେରା ବ୍ୟବହାର କରିବା ଉଚିତ୍ । ତେଣୁ ଆସନ୍ତୁ ଜାଣିବା ସ୍କିନ୍‌ ପାଇଁ ଆଲୋଭେରା ଜେଲ୍ କିପରି ବ୍ୟବହାର କରାଯାଏ ଏବଂ ଏହା କିପରି ଲାଭଦାୟକ ହୋଇଥାଏ ।

 

ଜାଣନ୍ତୁ ଫେସ୍‌ରେ କେତେ ମିନିଟ୍ ପାଇଁ ଆଲୋଭେରା ଲଗାଇବା ଉଚିତ୍ ?
କିଛି ଲୋକ ସ୍କିନ୍‌ରେ ଆଲୋଭେରା ଜେଲ୍ ଲଗାଇ ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତି, ଯାହାଫଳରେ ବେଳେବେଳେ ଏହା ଅନେକ ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଯେପରି ଯେଉଁମାନାଙ୍କର ଅଏଲି ସ୍କିନ୍‌, ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଆଲୋଭେରା ଜେଲ୍ ଲଗାଇବା ଦ୍ୱାରା ସ୍କିନ୍‌ ଖରାପ ହୋଇପାରେ । ଏହି କାରଣରୁ ଅଏଲି ସ୍କିନ୍‌ ଅଧିକ ତେଲିଆ ହୋଇପାରେ । ତେଣୁ ଏହି ସବୁ ଜିନିଷକୁ ଧ୍ୟାନରେ ରଖି ଆପଣ ସ୍କିନ୍‌ରେ ପ୍ରାୟ ୨୦ କିମ୍ବା ୩୦ ମିନିଟ୍ ପର୍ଯ୍ୟନ୍ତ ଆଲୋଭେରା ଜେଲ୍ ଲଗାଇ ରଖିବା ଉଚିତ୍ । ଏହାଠାରୁ ଅଧିକ ସମୟ ରଖିବା ଦ୍ୱାରା ତ୍ୱଚାରେ ଖରାପ ହୋଇପାରେ ।

 

ପ୍ରତିଦିନ ଆଲୋଭେରା ଜେଲ ଲଗାଇବା ଉଚିତ କି ?
ତେବେ ପ୍ରତିଦିନ ଆଲୋଭେରା ଜେଲ ଲଗାଇବା ସ୍କିନ୍‌ ପାଇଁ ଲାଭଦାୟକ ହୋଇଥାଏ । ବାସ୍ତବରେ ଏହା ସ୍କିନ୍‌କୁ ଭଲ ରଖିଥାଏ ।  ଏହା ବ୍ୟତୀତ ଏହା ସ୍କିନ୍‌ର ଦାଗକୁ ମଧ୍ୟ ସଫା କରିଥାଏ ଏବଂ ସ୍କିନ୍‌ରୁ ଡ୍ରାଏ ମଧ୍ୟ କମ୍‌ କରିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ଏପରି ପରିସ୍ଥିତିରେ ଆପଣ ଆଲୋଭେରା ଜେଲ୍ ବ୍ୟବହାର କରିପାରିବେ ।

 

ଜାଣନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ଉପାୟ :
ଆପଣ ସ୍କିନ୍‌ରେ ଏହି ସବୁ ଉପାୟରେ ଆଲୋଭେରା ଜେଲ୍ ବ୍ୟବହାର କରିପାରିବେ । ବ୍ୟବହାର ପୂର୍ବରୁ ଏହାର ପତ୍ର ଧୋଇ ଦିଅନ୍ତୁ ଏବଂ ତାପରେ ଏହାକୁ ମଧ୍ୟଭାଗରୁ କାଟି ଏହାର ଜେଲ୍ ବାହାର କରନ୍ତୁ । ତେବେ ଏହା ସ୍କିନ୍‌ରୁ ଅନେକ ସମସ୍ୟା ଦୂର କରିବାରେ କାମ କରେ । ଏହି ସବୁ କାରଣରୁ ଆପଣ ଆଲୋଭେରା ଜେଲ୍‌ ବ୍ୟବହାର କରିପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.