ଭୁଶୁଡିଲା ଡାକ୍ତରଖାନାର ସିଲିଂ, ଘଟଣାର ୨୪ ଘଣ୍ଟା ପରେ ବି ହୋଇନି ମରାମତି କାମ

ଭୁଶୁଡିଲା ଡାକ୍ତରଖାନା ସିଲିଂ । ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସିଲିଂ ଭୁଶୁଡି ପଡିଛି । ଏହି ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କରାଯାଇଛି I

ପୁରୀ (କେନ୍ୟୁଜ୍‌): ଭୁଶୁଡିଲା ଡାକ୍ତରଖାନା ସିଲିଂ । ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସିଲିଂ ଭୁଶୁଡି ପଡିଛି । ଏହି ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କରାଯାଇଛି I ୭୬ ଲକ୍ଷ ୫୪ ହଜାର ୪୫୧ ଟଙ୍କା ଖର୍ଚ୍ଚ ହୋଇଛି । ନିମାପଡା ପୂର୍ତ୍ତବିଭାଗ ଦ୍ବାରା ଠିକାଦାର ମାଧ୍ୟମରେ ଏହି କାର୍ଯ୍ୟ ଶେଷ ହେବା ପରେ ଭର୍ଚୁଆଲରେ ଉଦ୍ଘାଟନ କରିଥିଲେ I କିନ୍ତୁ ନିରାମୟ କାଉଣ୍ଟରର ରୋଗୀ ବିଶ୍ରାମ କେନ୍ଦ୍ରଗ ସିଲିଂ ଭୁଶୁଡି ପଡିଛି I ଏହି ଅଘଟଣ ବେଳେ ନିରାମୟ କେନ୍ଦ୍ର ବନ୍ଦ ଥିବାରୁ କୌଣସି ରୋଗୀ ନ ଥିଲେ I ସିଲିଂ ଖସିବାର ୨୪ ଘଣ୍ଟା ବିତିଯାଇ ଥିଲେ ମଧ୍ୟ ଏହା ମରାମତି ହୋଇ ନ ଥିବାରୁ ନିରାମୟ କେନ୍ଦ୍ର ବନ୍ଦ ରହିଛି I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.