Below header

ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କାହିଁକି ଘଣ୍ଟି ବଜାଯାଏ? ଜାଣନ୍ତୁ ଏହା ପଛର ଧାର୍ମିକ ଏବଂ ବୈଜ୍ଞାନିକ ରହସ୍ୟ

ସାଧାରଣତଃ ଲୋକମାନେ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ହିଁ ପ୍ରଥମେ ଘଣ୍ଟି ବଜାନ୍ତି । କେବଳ ଏତିକି ନୁହେଁ, ହିନ୍ଦୁ ଧର୍ମରେ ମନ୍ଦିର ବାହାରେ ଘଣ୍ଟି ବାନ୍ଧିବାର ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି । କିନ୍ତୁ ଆପଣ ଜାଣନ୍ତି କି ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କାହିଁକି ଘଣ୍ଟି ବଜାଯାଏ?

ସନାତନ ଧର୍ମରେ ପ୍ରାଚୀନ କାଳରୁ ପୂଜାପାଠକୁ ଗୁରୁତ୍ୱ ଦିଆଯାଉଛି, ଯେଉଁଥିପାଇଁ ଲୋକମାନେ ମନ୍ଦିରକୁ ଯାଆନ୍ତି । ସମସ୍ତ ମନ୍ଦିରର ଗର୍ଭ ଗୃହ ସମ୍ମୁଖରେ ଆପଣ ଘଣ୍ଟି ନିଶ୍ଚିତ ଭାବରେ ଦେଖିବେ । ସାଧାରଣତଃ ଲୋକମାନେ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ହିଁ ପ୍ରଥମେ ଘଣ୍ଟି ବଜାନ୍ତି । କେବଳ ଏତିକି ନୁହେଁ, ହିନ୍ଦୁ ଧର୍ମରେ ମନ୍ଦିର ବାହାରେ ଘଣ୍ଟି ବାନ୍ଧିବାର ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି । କିନ୍ତୁ ଆପଣ ଜାଣନ୍ତି କି ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କାହିଁକି ଘଣ୍ଟି ବଜାଯାଏ? ବାସ୍ତବରେ ମନ୍ଦିର ମାନଙ୍କରେ ସକାଳ ଓ ସନ୍ଧ୍ୟା ସମୟରେ ପୂଜା ଏବଂ ଆରତୀ କରାଯାଇଥାଏ ।

ମନ୍ଦିରରେ ଆରତୀ ସମୟରେ, ଛୋଟ ଘଣ୍ଟ ଘଣ୍ଟା ଆଦି ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ସ୍ୱରରେ ବଜାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ମନ୍ଦିରରେ ଘଣ୍ଟି ବଜାଯାଏ, ମନ୍ଦିରରେ ସ୍ଥାପିତ ଭଗବାନଙ୍କ ମୂର୍ତ୍ତିର ଚେତନା ଜାଗ୍ରତ ହେବାକୁ ଲାଗେ । ସେହି ସମୟରେ ପୂଜା କରିବା ଅତ୍ୟନ୍ତ ଫଳପ୍ରଦ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ, ପୁରାଣରେ ମଧ୍ୟ କୁହାଯାଇଛି ଯେ ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ଜଣେ ବ୍ୟକ୍ତିର ଅନେକ ଜନ୍ମର ପାପ ଦୂର ହୋଇଯାଇଥାଏ । ଧାର୍ମିକ ବିଶ୍ୱାସ ସହିତ ମନ୍ଦିରରେ ଘଣ୍ଟି ବଜାଇବା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ତେବେ ଆସନ୍ତୁ ଜାଣିବା ମନ୍ଦିରରେ ଘଣ୍ଟି ବଜାଇବା ପଛର ବୈଜ୍ଞାନିକ କାରଣ କ’ଣ? ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯେତେବେଳେ ଏକ ମନ୍ଦିରରେ ଘଣ୍ଟି ବଜାଯାଏ, ସେତେବେଳେ ବାୟୁମଣ୍ଡଳରେ କମ୍ପନ ସୃଷ୍ଟି ହୁଏ ଏବଂ ଏହି ଶବ୍ଦ ବହୁତ ଦୂର ଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ । ଏହି ଘଣ୍ଟିର ଶବ୍ଦ ଯେତେ ଦୂର ପର୍ଯ୍ୟନ୍ତ ଶୁଣାଯାଏ ସେହି ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଜୀବାଣୁ କୀଟାଣୁ ନଷ୍ଟ ହୋଇଯାଏ । ଯେଉଁଥିପାଇଁ ମନ୍ଦିର ଏବଂ ଏହାର ଆଖପାଖ ପରିବେଶ ମଧ୍ୟ ଶୁଦ୍ଧ ହୋଇଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ କେବଳ ଏତିକି ନୁହେଁ, ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ଲୋକଙ୍କ ସୁଖ ଏବଂ ସମୃଦ୍ଧିର ଦ୍ୱାର ମଧ୍ୟ ଖୋଲିଥାଏ ।

କୁହାଯାଏ ଯେ ଘଣ୍ଟି ବଜାଇବା ଦ୍ୱାରା ଘଣ୍ଟିର କମ୍ପନ ଶରୀର ଭିତରେ ଚେତନା ଜାଗ୍ରତ କରିଥାଏ । ଦ୍ୱିତୀୟ କଥା ହେଉଛି ଆମେ ଯେଉଁ ଭଗବାନଙ୍କ ଦର୍ଶନ କରିବାକୁ ଯାଉଛୁ ସେହି ସ୍ଥାପିତ ଭଗବାନଙ୍କ ମୂର୍ତ୍ତିର ଚେତନା ମଧ୍ୟ ଜାଗ୍ରତ ହୋଇଥାଏ । କେବଳ ଏତିକି ନୁହେଁ, ସମଗ୍ର ପରିବେଶରେ ଚେତନା ବିସ୍ତାର କରିବା ପାଇଁ ମଠ ଏବଂ ମନ୍ଦିରରେ ଘଣ୍ଟି ବଜାଇବାର ଏକ ପରମ୍ପରା ଅଛି । ଘଣ୍ଟି ସବୁବେଳେ ଗୋଟିଏ ଧାତୁରେ ହିଁ ତିଆରି ହୋଇଥାଏ । ଯାହାକୁ ପିତ୍ତଳ କୁହାଯାଏ ଏବଂ ତାହାର କମ୍ପନ ଯୋଗୁଁ ସମସ୍ତଙ୍କ ଚେତନା ଜାଗୃତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.