ଦିଲଜିତ ଦୋସାଞ୍ଜଙ୍କ ସିକ୍ରେଟ ମ୍ୟାରେଜ୍‌କୁ ନେଇ ଚର୍ଚ୍ଚା, ଭାଇରାଲ ହେଉଛି ଫଟୋ

ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ଦିଲଜିତ ଦୋସାଞ୍ଜଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି । ଏବେ ଦିଲଜିତ ଦୋସାଞ୍ଜ ଏବଂ ନିଶାଙ୍କ ବିବାହ ଫଟୋ ଭାଇରାଲ ହେବା ପରେ, ବର୍ତ୍ତମାନ ପଞ୍ଜାବୀ ସିଙ୍ଗର ଏବଂ ଅଭିନେତ୍ରୀ ନିଶା ଏହି ମାମାଲାକୁ ନେଇ ନୀରବତା ଭାଙ୍ଗିଛନ୍ତି ଏବଂ ଏହି ଫଟୋ ପଛର ସତ କହିଛନ୍ତି ।

ଦିଲଜିତ ଦୋସାଞ୍ଜଙ୍କ ସିକ୍ରେଟ ମ୍ୟାରେଜ୍‌କୁ ନେଇ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚା ଜୋର ଚାଲିଛି । ତେବେ ସୋସିଆଲ ମିଡିଆରେ କିଆରା ଆଡଭାନୀଙ୍କ ଏକ ପୁରୁଣା ଇଣ୍ଟର ଭ୍ୟୁ ଯୋଗୁ ଏହା ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ଅଜାଣତରେ ଦିଲଜିତଙ୍କ ପୁଅ ବିଷୟରେ କହିଥିଲେ । ଏହାର କିଛି ସମୟ ପରେ, ନେଟେନିଜେନ୍ସ ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ଦିଲଜିତ ଦୋସାଞ୍ଜଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଥିଲା । ଏବେ ଦିଲଜିତ ଦୋସାଞ୍ଜ ଏବଂ ନିଶାଙ୍କ ବିବାହ ଫଟୋ ଭାଇରାଲ ହେବା ପରେ, ବର୍ତ୍ତମାନ ପଞ୍ଜାବୀ ସିଙ୍ଗର ଏବଂ ଅଭିନେତ୍ରୀ ନିଶା ଏହି ମାମାଲାକୁ ନେଇ ନୀରବତା ଭାଙ୍ଗିଛନ୍ତି ଏବଂ ଏହି ଫଟୋ ପଛର ସତ କହିଛନ୍ତି ।

ତେବେ କିଆରାଙ୍କ ବିବୃତ୍ତି ପରେ ଗୁଜବ ଉଡ଼ିବା ଆରମ୍ଭ କରିଛି, ଯାହା ପରେ ଦିଲଜିତ ଦୋସାଞ୍ଜ ହେଡଲାଇନରେ ଆସିଥିଲେ । ଫିଲ୍ମ ‘ଗୁଡ୍ ନ୍ୟୁଜ୍’ ପ୍ରମୋସନ୍‌ ସମୟରେ ଅଭିନେତ୍ରୀ କହିଥିଲେ ଯେ ତାଙ୍କ ବ୍ୟତୀତ ଅନ୍ୟ ତିନି କଳାକାର ବିବାହିତ ଏବଂ ସେମାନଙ୍କର ସନ୍ତାନ ମଧ୍ୟ ଅଛନ୍ତି । ଏହି ସବୁ କଥାରୁ ସ୍ପଷ୍ଟ ହୋଇଛି, ଯେ ଦିଲଜିତ୍ ବିବାହିତ ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି । ଅନ୍ୟପଟେ ସୋସିଆଲ ମିଡିଆରେ ଦିଲଜିତ୍‌ଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲିଗିଛି । ଏଥିରେ ଦିଲଜିତ ଦୋସାଞ୍ଜ ଏବଂ ନିଶା ଏକାଠି ନଜର ଆସିଛନ୍ତି । ସେଥିରେ ଦିଲଜିତଙ୍କ ପାଖରେ ଏକ ଛୋଟ ପିଲାକୁ ଦେଖିବାକୁ ମିଳିଛି, ଯାହାକୁ ଲୋକମାନେ ତାଙ୍କ ପୁଅ ବୋଲି କହୁଛନ୍ତି ।

ନିଶା ଯିଏ ଜଣେ ପଞ୍ଜାବୀ ସିଙ୍ଗର ତଥା ଅଭିନେତ୍ରୀ, ସେ ତାଙ୍କର ଏବଂ ଦିଲଜିତଙ୍କ ବିବାହ ଗୁଜବକୁ ନେଇ ରିଆକ୍ଟ କରିଛନ୍ତି । ଦିଲଜିତଙ୍କ ସହ ତାଙ୍କ ବିବାହକୁ ନେଇ ସିଙ୍ଗର ନିଶା ତାଙ୍କ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ନିଶା କହିଛନ୍ତି, ଯେ ସେ ସମୀର ମାହିଙ୍କୁ ମ୍ୟାରେଜ୍‌ କରିଛନ୍ତି । ତେବେ ନିଶା ଲେଖିଛନ୍ତି, ମୋର ବିବାହ ସମୀରଙ୍କ ସହ ହୋଇଛି, ନା କି ଦିଲଜିତଙ୍କ ସହ, କିନ୍ତୁ ଏବେ ଏହି ବିବାହ ଖବର ବହୁତ ଭାଇରାଲ ହେଉଛି ଏବଂ ଅନେକ ଲୋକ ଭିଡିଓ ଏବଂ ଫଟୋରେ ଟ୍ୟାଗ କରି ମେତେ ସେୟାର କରୁଛନ୍ତି । ଏହା ସବୁ ମିଛ କଥା । ଏପରି ଅନେକ କଥା ସାମ୍ନାକୁ ଆସିଛି ।

ଦିଲ୍‌ଜିତ୍‌ଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ଅପ୍‌କମିଂ ବାୟୋପିକ ‘ଅମର ସିଂ ଚମକିଲା’ ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ପରିଣୀତି ଚୋପ୍ରା ମଧ୍ୟ ଅଭିନୟ କରିଛନ୍ତି । ଏହା ଏପ୍ରିଲ୍ ୧୨ରେ ନେଟଫ୍ଲିକ୍ସରେ ରିଲିଜ୍‌ ହେବ । ଏହା ବ୍ୟତୀତ ସେ ଖୁବ ଶୀଘ୍ର ବଲିଉଡର ଅପ୍‌କମିଂ କମେଡି ଫିଲ୍ମ ‘କ୍ରୁ’ରେ ନଜର ଆସିବେ । ଏହି ଫିଲ୍ମରେ ସେ କରୀନା କପୁର ଖାନ, କ୍ରିତି ସାନନ ଏବଂ ତବୁଙ୍କ ସହ ଦେଖିବାକୁ ମିଳିବେ । ତେବେ ଏହି ଫିଲ୍ମ ମାର୍ଚ୍ଚ ୨୯ ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.