ଗଣେଶ ମୂର୍ତ୍ତି ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଏହି ଜିନିଷ, ଘରେ ଆସିବ ସୁଖ ସମୃଦ୍ଧି

ଘରର ମୁଖ୍ୟ ପ୍ରବେଶ ପଥରେ ଗଣେଶଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟା ଦାତା। ଶ୍ରୀ ଗଣେଣଙ୍କ ପ୍ରତିମୂର୍ତ୍ତି ଘରର ମୁଖ୍ୟ ପ୍ରବେଶ ପଥରେ ସ୍ଥାପନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ।

ଅନେକ ଲୋକ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ଫଟୋ ଲଗାନ୍ତି । କିନ୍ତୁ ଏହାକୁ ଲଗାଇବାର ବି ଅନେକ ନିୟମ ରହିଛି । ତେବେ ବାସ୍ତୁ ଅନୁଯାୟୀ ଏହାକୁ ଲଗାଇବା ସମୟରେ କିଛି ବିଶେଷ କଥା ଉପରେ ଗୁରୁତ୍ୱ ଦେବା ଜରୁରୀ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ସୁଖ ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାରରେ କିଛି ଶୁଭ ପ୍ରତୀକ ଲଗାଇବାକୁ ପଡିଥାଏ ।

ତେବେ ଘରର ମୁଖ୍ୟ ପ୍ରବେଶ ପଥରେ ଗଣେଶଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟା ଦାତା। ଶ୍ରୀ ଗଣେଣଙ୍କ ପ୍ରତିମୂର୍ତ୍ତି ଘରର ମୁଖ୍ୟ ପ୍ରବେଶ ପଥରେ ସ୍ଥାପନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ । କିନ୍ତୁ ଅନେକ ଲୋକ ଅଜାଣତରେ ଗଣେଶ ମୂର୍ତ୍ତିକୁ ମୁଖ୍ୟ ଫାଟକ ବାହାରେ ଲଗାନ୍ତି, ଯେଉଁ କାରଣରୁ ଗଣେଶଙ୍କ ପଛ ଭାଗ ଘର ଆଡକୁ ରହିଥାଏ ।

ଶାସ୍ତ୍ରରେ କୁହାଯାଇଛି ଯେ ଗଣେଶଙ୍କର ପଛ ଭାଗ ଦାରିଦ୍ର୍ୟର କାରଣ ହୋଇଥାଏ, ତେଣୁ ଗଣେଶଙ୍କ ପଛ ଭାଗକୁ କେବେବି ଘର ଆଡକୁ କରିିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଘର ବାହାରେ ଶ୍ରୀଗଣେଶଙ୍କ ପ୍ରତିମା ଲଗାଇଛନ୍ତି ତେବେ ଏହାକୁ ହଟାଇବାର ଆବଶ୍ୟକତା ନାହିଁ । କେବଳ ଘର ଭିତରେ ଭଗବାନ ଗଣେଶଙ୍କର ଆଉ ଏକ ପ୍ରତିମା ସ୍ଥାପନ କରନ୍ତୁ । ଏହା ଦ୍ୱାରା ଆପଣ ବାସ୍ତୁ ଦୋଷରୁ ମୁକ୍ତି ପାଇବେ ଏବଂ ଆପଣଙ୍କ ଘରର ସୁଖ ଏବଂ ଶାନ୍ତି ବଜାୟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.