ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କ ଇଡି ହେପାଜତ ମାର୍ଚ୍ଚ ୨୬କୁ ବୃଦ୍ଧି

ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କୁ ଇଡି ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଏଠାରେ ତାଙ୍କର ଇଡି ହେପାଜତ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ଶନିବାର ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଏଠାରେ ତାଙ୍କର ହେପାଜତ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ଯେତେବେଳେ କବିତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ, ଇଡି ତାଙ୍କ ହେପାଜତକୁ ୫ ଦିନ ବୃଦ୍ଧି କରିବାକୁ ଦାବି କରିଥିଲା, ହେଲେ କୋର୍ଟ କେ. କବିତାଙ୍କ ରିମାଣ୍ଡକୁ ୩ ଦିନ ବୃଦ୍ଧି କରିଛନ୍ତି ।

କହି ରଖୁଛୁ, କବିତାଙ୍କ ହେପାଜତର ଅବଧି ମାର୍ଚ୍ଚ ୨୩ରେ ଶେଷ ହେଉଥିଲା, ଯାହା ପରେ ଇଡି ତାଙ୍କୁ କୋର୍ଟରେ ହାଜର କରିଥିଲା । ତେବେ ଇଡି କୋର୍ଟଙ୍କୁ କହିଛି ଯେ ହାଇଦ୍ରାବାଦରେ କବିତାଙ୍କ ଘନିଷ୍ଠ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଉଛି । ତାଙ୍କ ଭାଣେଜୀ ମେଖା ସରନଙ୍କ ଘରେ ଖୋଜାଖୋଜି ଚାଲିଛି ।

ଏହା ସହିତ କବିତା ତଦନ୍ତରେ ସହଯୋଗ କରୁ ନ ଥିବା ଇଡି ଅଭିଯୋଗ କରିଛି ।

ଗତକାଲି ସୁପ୍ରିମକୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ । କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଛି । ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ଏମ୍‌. ଏମ୍‌. ସୁନ୍ଦରେଶ ଏବଂ ଜଷ୍ଟିସ୍‌ ବେଲା ଏମ୍‌. ତ୍ରିବେଦୀଙ୍କ ବେଞ୍ଚ ତାଙ୍କୁ ନିମ୍ନ ଅଦାଲତଙ୍କ ନିକଟକୁ ଯିବା ପାଇଁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.