‘ଆପଣଙ୍କ ପୁଅ, ଆପଣଙ୍କ ଭାଇ ଲୁହାରେ ତିଆରି…’, ଜେଲ୍‌ରୁ ବାର୍ତ୍ତା ଦେଲେ ଅରବିନ୍ଦ କେଜ୍ରିଓ୍ଵାଲ; ପଢ଼ି ଶୁଣାଇଲେ ପତ୍ନୀ ସୁନୀତା

କେଜ୍ରିଓ୍ଵାଲଙ୍କ ବାର୍ତ୍ତାକୁ ସାମ୍ବାଦିକ ସମ୍ମିଳନୀରେ ପଢି ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରିଛନ୍ତି ତାଙ୍କ ପତ୍ନୀ ସୁନୀତା । ଆପଣଙ୍କ ପୁଅ ଓ ଆପଣଙ୍କ ଭାଇ ଅରବିନ୍ଦ କେଜ୍ରିୱାଲ ଜେଲ ମଧ୍ୟରୁ ଆପଣଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି ବୋଲି କହିଛନ୍ତି ସୁନୀତା ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ରାଜଧାନୀରେ ଘମାସାନ । ରାଜରାସ୍ତାରେ ଆମ ଆଦମୀ ପାର୍ଟିର ନେତା ଓ କର୍ମୀ । ଗିରଫଦାରୀକୁ ବେଆଇନ କହି କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ଦଳୀୟ ନେତା । ଆପ୍‌ର ବିକ୍ଷୋଭ ଓ ପ୍ରତିବାଦ ମଧ୍ୟରେ ଜେଲରୁ ବାର୍ତ୍ତା ଦେଇଛନ୍ତି କେଜ୍ରିୱାଲ ।

କେଜ୍ରିଓ୍ଵାଲଙ୍କ ବାର୍ତ୍ତାକୁ ସାମ୍ବାଦିକ ସମ୍ମିଳନୀରେ ପଢି ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରିଛନ୍ତି ତାଙ୍କ ପତ୍ନୀ ସୁନୀତା । ଆପଣଙ୍କ ପୁଅ ଓ ଆପଣଙ୍କ ଭାଇ ଅରବିନ୍ଦ କେଜ୍ରିୱାଲ ଜେଲ ମଧ୍ୟରୁ ଆପଣଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି ବୋଲି କହିଛନ୍ତି ସୁନୀତା ।

ମୁଁ ଜେଲ ଭିତରେ ରୁହେ କିମ୍ବା ବାହାରେ ରୁହେ, ସବୁବେଳେ ଦେଶ ପାଇଁ କାମ କରିବି ବୋଲି କହିଛନ୍ତି କେଜ୍ରିୱାଲ । ମୋ ଜୀବନର ପ୍ରତି କ୍ଷଣ, ମୋ ଦେହର ପ୍ରତି ରକ୍ତବିନ୍ଦୁ ଦେଶ ପାଇ ସମର୍ପିତ । ଆଜି ଯାଏ ବହୁତ ସଂଘର୍ଷ କରିଆସିଛି । ଆଗକୁ ବି ବହୁ ସଂଘର୍ଷ ବାକି ରହିଛି । ତେଣୁ ଏହି ଗିରଫଦାରୀ ମୋତେ ଆଶ୍ଚର୍ଯ୍ୟ କରିନାହିଁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଜେଲରୁ ବାହାରି ନିଜର ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ବୋଲି ସେ କହିଛନ୍ତି । ଖୁବ୍‌ ଶୀଘ୍ର ଜେଲରୁ ବାହାରିବେ ବୋଲି ବାର୍ତ୍ତାରେ ଦମ୍ଭୋକ୍ତି ଦେଖାଇଛନ୍ତି ।

ସୁନୀତା କେଜ୍ରିଓ୍ଵାଲ ସିଏମ୍‌ଙ୍କ ବାର୍ତ୍ତା ପଢ଼ି ଆଗକୁ କହିଛନ୍ତି, ଆପଣଙ୍କ ପୁଅ ଓ ଆପଣଙ୍କ ଭାଇ ଲୁହାରେ ତିଆରି । ଗୋଟିଏ ନିବେଦନ ଯେ ମନ୍ଦିର ନିଶ୍ଚୟ ଯିବେ ଏବଂ ମୋ ପାଇଁ ଭଗବାନଙ୍କୁ ଆଶୀର୍ବାଦ ମାଗିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.