ସୁଟିଂ ବେଳେ ବଡ଼ କାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା ଅଜିତ କୁମାର
୫୨ ବର୍ଷୀୟ ଅଭିନେତା ଅଜିତ କୁମାର ଫିଲ୍ମରେ ବହୁତ ସୁନ୍ଦର ପ୍ରଦର୍ଶନ କରିଥାନ୍ତି । ନିକଟରେ ତାଙ୍କ ଫିଲ୍ମର ସୁଟିଂ ସମୟରେ ଅଭିନେତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଖୁବ୍ ଶୀଘ୍ର ଭାଇରାଲ ହେଉଛି । ଏହି ଭିଡିଓରେ ଅଭିନେତା ହାଇ ସ୍ପିଡ୍ରେ ଗାଡି ଚଳାଉଥିବାର ନଜର ଆସିଛନ୍ତି, କିନ୍ତୁ ହଠାତ୍ ତାଙ୍କ କାର୍ ଓଲଟି ପଡିଥିବାର ଦେଖିବାକୁ ମିଳିଛି ।
ତାମିଲ ଫିଲ୍ମର ଜଣାଶୁଣା ଅଭିନେତା ଅଜିତ କୁମାରଙ୍କ ଫିଲ୍ମ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଉତ୍ସାହାର ସହିତ ଅପେକ୍ଷ କରିଥାନ୍ତି । ତାଙ୍କ ଅଭିନୟର ବହୁତ ପ୍ରଶଂସକ ଅଛନ୍ତି । ଏହା ସହ ଅଜିତ କୁମାରଙ୍କର ସମସ୍ତ ଫିଲ୍ମ ହିଟ୍ ହୋଇଥାଏ ଏବଂ ସିନେମା ହଲରେ ହଇଚଇ ସୃଷ୍ଟି କରିଥାଏ । ତେବେ ୫୨ ବର୍ଷୀୟ ଅଭିନେତା ତାଙ୍କ ଫିଲ୍ମରେ ବହୁତ ସୁନ୍ଦର ପ୍ରଦର୍ଶନ କରିଥାନ୍ତି । ନିକଟରେ ତାଙ୍କ ଫିଲ୍ମର ସୁଟିଂ ସମୟରେ ଅଭିନେତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଖୁବ୍ ଶୀଘ୍ର ଭାଇରାଲ ହେଉଛି । ଏହି ଭିଡିଓରେ ଅଭିନେତା ହାଇ ସ୍ପିଡ୍ରେ ଗାଡି ଚଳାଉଥିବାର ନଜର ଆସିଛନ୍ତି, କିନ୍ତୁ ହଠାତ୍ ତାଙ୍କ କାର୍ ଓଲଟି ପଡିଥିବାର ଦେଖିବାକୁ ମିଳିଛି । ଏହା ସହ ସେହି ଭିଡିଓଟି ଅତ୍ୟନ୍ତ ବିପଜ୍ଜନକ, ଯାହା ପ୍ରଶଂସକଙ୍କୁ ଚକିତ କରିଛି ।
ତେବେ ଅଜିତ କୁମାର ସାଉଥ ସିନେମାର ଏକ ଆକ୍ସନ୍ ଷ୍ଟାର ଭାବରେ ଜଣାଶୁଣା । ସେ ତାଙ୍କ ଫିଲ୍ମରେ ଅନେକ ଆକ୍ସନ୍ କରୁଥିବାର ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଅଧିକାଂଶ ଫିଲ୍ମରେ ସେ ନିଜର ଷ୍ଟଣ୍ଟ ନିଜେ କରିବାକୁ ପସନ୍ଦ କରନ୍ତି । ନିକଟରେ ସାମ୍ନାକୁ ଆସିଥିବା ଭିଡିଓରେ ମଧ୍ୟ ଏହା ଦେଖିବାକୁ ମିଳିଛି । ତେବେ ସୁରେଶ ଚନ୍ଦ୍ର ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ସହ ମରୁଭୂମିରେ ଫିଲ୍ମଟିର ସୁଟିଂ କରାଯାଉଥିବା ଭିଡିଓରେ ଏହା ସ୍ପଷ୍ଟ ଦେଖିବାକୁ ମିଳିଛି । ସେପଟେ ଅଜିତ କୁମାର ହାଇ ସ୍ପିଡ୍ରେ ଗାଡି ଚଳାଉଛନ୍ତି । ତେବେ ଭିଡିଓରେ ଦେଖିପାରିବେ ଯେ ସେ ଡ୍ରାଇଭିଂ ସିଟରେ ଅଛନ୍ତି ଏବଂ ତାଙ୍କ ପାଖରେ ଆଉ ଜଣେ ବ୍ୟକ୍ତି ବସିଛନ୍ତି । ହଠାତ୍ ସେହି ସମୟରେ ତାଙ୍କ କାରଟି ଓଲଟିପଡିଛି । ଏହା ଘଟିବା ମାତ୍ରେ ସେଠାରେ ଉପସ୍ଥିତ ଥିବା କ୍ରୁ ମେମ୍ବରମାନେ କାର ଆଡକୁ ଦୌଡୁଥିବାର ଦେଖିବାକୁ ମିଳିଛି । ଏହା ପରେ ସେହି ଷ୍ଟଣ୍ଟ ସରିବା ପରେ ଅଜିତ୍ କୁମାରଙ୍କୁ ସେହି କାରରୁ ବାହାର କରାଯାଇଥିଲା ।
ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଚିନ୍ତିତ ହେଉଛନ୍ତି ଏବଂ ଅଭିନେତା କିପରି ଅଛନ୍ତି ଜାଣିବାକୁ ଚାହାଁନ୍ତି, ତେବେ ଅଭିନେତା ଏବେ ସଂପୂର୍ଣ୍ଣ ଭଲ ଅଛନ୍ତି । ତେବେ ଏହି ଭିଡିଓଟି ଗତ ବର୍ଷ ନଭେମ୍ବର ମାସରୁ ଆସିଥିଲା ଯେତେବେଳେ ଅଭିନେତା ଫିଲ୍ମ ‘ଭିଦା ମୁୟାର୍ଚି’ ପାଇଁ ସୁଟିଂ କରୁଥିଲେ । ଭିଡିଓ ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି ଯେ ଅଜିତ ନିଜେ ଏପରି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା ଉଚିତ୍ ନୁହେଁ । କିନ୍ତୁ ଏବେ ଫ୍ୟାନ୍ସ ଫିଲ୍ମରେ ଅଭିନେତାଙ୍କ ଏହି ଷ୍ଟଣ୍ଟ ଦେଖିବାକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଅଜିତ କୁମାରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ୨୦୨୩ରେ ଫିଲ୍ମ ‘ଥୁନିଭୁ’ରେ ନଜର ଆସିଥିଲେ, ଯାହା ବକ୍ସ ଅଫିସ୍ରେ ଅଧିକ ରୋଜଗାର କରିପାରି ନଥିଲା । ଏବେ ଖୁବ୍ ଶୀଘ୍ର ତାଙ୍କୁ ଫିଲ୍ମ ‘ଭିଡା ମୁୟର୍ଚି’ ରିଲିଜ୍ ହେବାକୁ ଯାଉଛି । ଏହାର ସୁଟିଂ ବହୁତ ପୂର୍ବରୁ ଆରମ୍ଭ ହୋଇଯାଉଛି । ତେବେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଅଜିତ କୁମାରଙ୍କ ବ୍ୟତୀତ ତ୍ରିଶା କୃଷ୍ଣନ୍, ଅର୍ଜୁନ ସରଜା ଏବଂ ରେଜିନା କାସଚନ୍ଦ୍ର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏବେ ଦେଖିବାରେ ଅଛି ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।
View this post on Instagram