ଶୋଇଥିବା ବେଳେ ବୀଭତ୍ସ ହତ୍ୟା, ରାତିରେ ଘରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଘରେ ପଶି ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ପନ୍ଦରା ସାହିରେ ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ l  ଘରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ  ।  ମୃତକ ନାଁ ମୁରଲୀ ବାଡ଼ତ୍ୟା । 

ଗଞ୍ଜାମ  (କେନ୍ୟୁଜ): ଘରେ ପଶି ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ପନ୍ଦରା ସାହିରେ ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ।     ଘରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।   ମୃତକ ନାଁ ମୁରଲୀ ବାଡ଼ତ୍ୟା ।

ଗତ ରାତିରେ ମୁରଲୀ ଘରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ ।  ବିଳମ୍ବିତ ରାତିରେ ବାପା ପାଣି ପିଇବା ଲାଗି ଘର ଭିତର କୁ ଯାଇ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ  ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର  ମୃତ ଘୋଷଣା କରିଥିଲେ ।  ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି ।  ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା  କାରଣ ଅସ୍ପଷ୍ଟ ରହିଛି ।  ଦୁଇ ଦିନ ତଳେ ଗାଁରେ ଦଣ୍ଡନାଚ ସମୟରେ ହୋଇଥିବା ଗଣ୍ଡଗୋଳ କାରଣ କୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.