କଣିହାଁ NTPCରେ ଅଗ୍ନିକାଣ୍ଡ, ପ୍ଲାଣ୍ଟ ଭିତରେ କନଭେୟର ବେଲ୍ଟରେ ଲାଗିଛି ନିଆଁ

ତାଳଚେର NTPC ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ । କନଭେୟର ବେଲ୍ଟରେ ଲାଗିଲା ନିଆଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରୁଛି ।

ତାଳଚେର (କେନ୍ୟୁଜ): ତାଳଚେର NTPC ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ ।  କନଭେୟର ବେଲ୍ଟ ରେ ଲାଗିଲା ନିଆଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରୁଛି । ୩୦ ରୁ ୪୦ ମିନିଟ୍ ଧରି ନିଆଁ ଲାଗିଥିବା ସୂଚନା ମିଳିଛି । କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଘଟଣାକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।

ଆଜି ଦିନ ପ୍ରାୟ ସାଢ଼େ ୧୦ଟା  ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ଲାଣ୍ଟ ଭିତରେ କେହି ଫଶି ରହିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ଏହାସହ କ୍ଷୟକ୍ଷତିର  ଆକଳନ କରାଯାଇପାରିନାହିଁ। ତେବେ ପ୍ଲାଣ୍ଟରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.