ରାଜଧାନୀରେ ପିଲା ଚୋରି ରାକେଟ ସକ୍ରିୟ: ୮ ନବଜାତକୁ ଉଦ୍ଧାର କଲା ସିବିଆଇ, ଅନେକ ଅଟକ

ରାଜଧାନୀ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ଚଢଉ କରିଛି ସିବିଆଇ । ଏହି ମାମଲାରେ ୭/୮ରୁ ପିଲାଙ୍କୁ ଉଦ୍ଧାର କରିଥିବା ବେଳେ ସିବିଆଇ କିଛି ମହିଳା, ପୁରୁଷଙ୍କୁ ଗିରଫ କରିଥିବା ଜଣାଯାଇଛି । ଏମାନଙ୍କୁ ପଚରାଉଚରା କରୁଛି ସିବିଆଇ ।

ଚାଇଲ୍ଡ ଟ୍ରାଫିକିଂର ମାମଲାର ଖୋଳତାଡ଼ କରି ୮ ନବଜାତକଙ୍କୁ ଉଦ୍ଧାର କରିଛି ସିବିଆଇ । ରାଜଧାନୀ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ଚଢଉ କରିଛି ସିବିଆଇ । ଏହି ମାମଲାରେ ୭/୮ରୁ ପିଲାଙ୍କୁ ଉଦ୍ଧାର କରିଥିବା ବେଳେ ସିବିଆଇ କିଛି ମହିଳା, ପୁରୁଷଙ୍କୁ ଗିରଫ କରିଥିବା ଜଣାଯାଇଛି । ଏମାନଙ୍କୁ ପଚରାଉଚରା କରୁଛି ସିବିଆଇ ।

ଦିଲ୍ଲୀରେ ପିଲା ଚୋରି ମାମଲା ବଢ଼ିଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ଏହି ମାମଲାର ଛାନଭିନ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ନବଜାତକଙ୍କୁ ଚୋରି କରି ବିକ୍ରି କରାଯାଉଥିବା ବେଳେ ଏହା ପଛରେ ରାକେଟ ସକ୍ରିୟ ଥିବା ଜଣାଯାଇଛି । ସିବିଆଇ ଟିମ୍ ଛୁଆ ବିକ୍ରି କରୁଥିବା ମହିଳା ଓ କିଣୁଥିବା ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରୁଛି ।

ଏହି ଗ୍ୟାଙ୍ଗ ବିଭିନ୍ନ ହସ୍ପିଟାଲରୁ ନବଜାତକଙ୍କୁ ଚୋରି କରି ସେମାନଙ୍କୁ ବିକ୍ରି କରୁଥିଲେ । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଓ୍ଵାର୍ଡ ବୟଙ୍କ ସମେତ କିଛି ମହିଳା ଏବଂ ପୁରୁଷ ରହିଛନ୍ତି । ସେମାନଙ୍କୁ ପଚରାଉଚରା ଚାଲିଛି ।

ତେବେ ସିବିଆଇ ଦିଲ୍ଲୀର ଅଲଗା ଅଲଗା ଅଞ୍ଚଳରେ ଚଢଉ କରିଥିଲା । ଚଢଉ ସମୟରେ ଟିମ୍‌ ଦିଲ୍ଲୀର କେଶବପୁରମର ଏକ ଘରେ ଦୁଇ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିକୁ ପଚରାଉଚରା ଚାଲିଛି । ଏହି ମାମଲାରେ ଦେଶର ସବୁଠାରୁ ବଡ ହସପିଟାଲ ଜଡିତ ଥିବା ଜଣାପଡିଛି । ଏହାଛଡା କିଛି ଅନେକ ହସପିଟାଲ ରହିଛି, ଯେଉଠି ପିଲା ଡେଲିଭରୀ ହେଉଛି । ଫଳରେ ଅପରାଧୀ ଫାଇଦା ଉଠାଇ ମ୍ୟାଟରନିଟି ଓ୍ଵାର୍ଡରୁ ନବଜାତକଙ୍କୁ ଉଠାଇ ବିକ୍ରି କରୁଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.