ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ୩ ମାସରେ ମଲେଣି ୧୦ ଛାତ୍ର

ଆମେରିକାରେ ପୁଣି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଚଳିତ ବର୍ଷ ମାତ୍ର ତିନି ମାସ ମଧ୍ୟରେ ଏହା ଦଶମ ଘଟଣା । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ପୋଲିସ ଘଟଣାର ଯାଞ୍ଚ କରି ମୃତଦେହକୁ ଭାରତ ପଠାଇବାକୁ ପ୍ରସ୍ତୁତି କରୁଛି । ଦୂତାବାସ ପକ୍ଷରୁ ମୃତ ଛାତ୍ରଙ୍କ ପରିବାରକୁ ସମବେଦନା ଜଣାଯାଇଛି ।

ଆମେରିକାରେ ଭାରତୀୟ ଛାତ୍ର ମୃତ୍ୟୁ ମାମଲା ଥମିବାରେ ନାଁ ଧରୁନି । ଆମେରିକାରେ ପୁଣି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଚଳିତ ବର୍ଷ ମାତ୍ର ତିନି ମାସ ମଧ୍ୟରେ ଏହା ଦଶମ ଘଟଣା । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ଖବର ମୁତାବକ, ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ X ରେ ଦେଇଥିବା ସୂଚନା ଅନୁସାରେ ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି । ମୃତକ ଜଣକ ହେଉଛନ୍ତି, ଉମା ସତ୍ୟ ସାଇ ଗାଡ୍ଡେ । ସେ ଓହିଓର କ୍ଲିଭଲ୍ୟାଣ୍ଡରେ ପଢୁଥିଲେ । ତେବେ ତାଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡିନାହିଁ । ପୋଲିସ ଘଟଣାର ଯାଞ୍ଚ କରି ମୃତଦେହକୁ ଭାରତ ପଠାଇବାକୁ ପ୍ରସ୍ତୁତି କରୁଛି । ତେବେ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଭାରତୀୟ ବାଣିଜ୍ୟ ଦୂତାବାସ ସୂଚନା ଦେଇଛି । ଦୂତାବାସ ପକ୍ଷରୁ ମୃତ ଛାତ୍ରଙ୍କ ପରିବାରକୁ ସମବେଦନା ଜଣାଯାଇଛି ।

ତେବେ ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ବୃଦ୍ଧି ପାଇଛି । ଯାହା ଭାରତ ଏବଂ ଆମେରିକାରେ ଥିବା ଭାରତୀୟ ସମୁଦାୟଙ୍କ ଚିନ୍ତା ବଢାଇଛି । ଏହାପୂର୍ବରୁ ଆମେରିକାର ଜର୍ଜିୟାରେ ୨୫ ବର୍ଷୀୟ ବିବେକ ସୋନୀଙ୍କୁ ହତ୍ୟା କରାଯାଇଥିଲା । ସେହିପରି ୧୯ ବର୍ଷୀୟ ଶ୍ରେୟସ ରେଡ୍ଡୀ ବେନିଗରଙ୍କ ମୃତଦେହ ପୋଲିସକୁ ମିଳିଥିଲା । ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ ୟୁନିଭରସିଟିରେ ପଢୁଥିବା ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା । ନୀଲ ୟୁନିଭରସିଟି କ୍ୟାମ୍ପସରୁ ରବିବାର ଦିନ ନିଖୋଜ ହୋଇଥିବା ସୂଚନା ପୋଲିସ ନିକଟରେ ହୋଇଥିଲା । ମୃତ ନୀଲ ଆଚାର୍ଯ୍ୟ ପର୍ଡୁ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଏବଂ ଡାଟା ସାଇନ୍ସରେ ପାଠ ପଢୁଥିଲେ । ଏହା ପୂର୍ବରୁ ଆମେରିକାରେ ଲିଥେନିୟା ସହରର ଜର୍ଜିଆରେ ଥିବା ଏକ ପରିତ୍ୟକ୍ତ ଘରେ ୨୫ ବର୍ଷୀୟ ଭାରତୀୟ ଛାତ୍ରକୁ ପିଟିପିଟି ହତ୍ୟା କରାଯାଇଥିଲା ।  ପୋଲିସ ଏହିସବୁ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.