Below header

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ୩ ସପ୍ତାହରୁ ଥିଲେ ନିଖୋଜ

ଗତ ମାସରୁ ନିଖୋଜ ଥିବା ୨୫ ବର୍ଷୀୟ ଭାରତୀୟ ଛାତ୍ରଙ୍କର ମୃତଦେହ ଆମେରିକାର କ୍ଲିଭଲ୍ୟାଣ୍ଡରୁ ଉଦ୍ଧାର ହୋଇଛି । ହାଇଦ୍ରାବାଦର ମହମ୍ମଦ ଅବଦୁଲ ଆର୍ଫାଥ  ୨୦୨୩ରେ କ୍ଲିଭଲ୍ୟାଣ୍ଡର ଷ୍ଟେଟ ୟୁନିଭରସିଟିକୁ ମାଷ୍ଟର ପଢିବାକୁ ଯାଇଥିଲେ ।

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି । ଗତ ମାସରୁ ନିଖୋଜ ଥିବା ୨୫ ବର୍ଷୀୟ ଭାରତୀୟ ଛାତ୍ରଙ୍କର ମୃତଦେହ ଆମେରିକାର କ୍ଲିଭଲ୍ୟାଣ୍ଡରୁ ଉଦ୍ଧାର ହୋଇଛି । ହାଇଦ୍ରାବାଦର ମହମ୍ମଦ ଅବଦୁଲ ଆର୍ଫାଥ  ୨୦୨୩ରେ କ୍ଲିଭଲ୍ୟାଣ୍ଡର ଷ୍ଟେଟ ୟୁନିଭରସିଟିକୁ ମାଷ୍ଟର ପଢିବାକୁ ଯାଇଥିଲେ ।

ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ତରଫରୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଆର୍ଫାଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ତେବେ ପାଖାପାଖି ୩ ସପ୍ତାହ ପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୃତ ଶରୀରକୁ ଭାରତ ପଠାଇବା ପାଇଁ ଆମେ ଶୋକସନ୍ତପ୍ତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛୁ ବୋଲି କନସୁଲେଟ୍ ତାଙ୍କ ପୋଷ୍ଟ୍ରେ ଉଲ୍ଳେଖ କରିଛନ୍ତି।

କ୍ଲିଭଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ମାଷ୍ଟର ଡିଗ୍ରୀ ହାସଲ କରିବା ପାଇଁ ଆର୍ଫାଥ ମେ ୨୦୨୩ ମସିହାରେ ଆମେରିକା ଯାଇଥିଲେ । ମାର୍ଚ୍ଚ ୭ ତାରିଖରେ ୨୫ ବର୍ଷୀୟା ଏହି ଯୁବକ ଜଣକ ନିଖୋଜ ହୋଇଯାଇଥିଲେ । ମୃତ ଯୁବକଙ୍କ ବାପା କହିଛନ୍ତି ଯେ, ତାଙ୍କୁ ଏକ ଫୋନକଲ୍‌ ଆସିଥିଲା, ଯେଉଁଥିରେ ତାଙ୍କ ପୁଅ ସୁରକ୍ଷିତ ଭାବେ ଫେରିବେ ବୋଲି ୧ ଲକ୍ଷ ଟଙ୍କାର ଟଙ୍କା ମଗାଯାଉଥିଲା । କଲ୍‌ କରିଥିବା ବ୍ୟକ୍ତି ଯୁବକଙ୍କୁ ଅପହରଣ କରିଥିବା ଏବଂ ଧମକ ଦେଇଥିଲା । ସେବେଠାରୁ ସେ ଆର୍ଫାଥଙ୍କ ସହ ସମ୍ପର୍କ ହରାଇଥିଲେ ଏବଂ ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଏବେ ତାଙ୍କ ମୃତଦେହ ମିଳିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ସୂଚନାଯୋଗ୍ୟ,  ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ବୃଦ୍ଧି ପାଇଛି । ଯାହା ଭାରତ ଏବଂ ଆମେରିକାରେ ଥିବା ଭାରତୀୟ ସମୁଦାୟଙ୍କ ଚିନ୍ତା ବଢାଇଛି । ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି । ମୃତକ ଜଣକ ହେଉଛନ୍ତି, ଉମା ସତ୍ୟ ସାଇ ଗାଡ୍ଡେ । ସେ ଓହିଓର କ୍ଲିଭଲ୍ୟାଣ୍ଡରେ ପଢୁଥିଲେ ।  ଏହାପୂର୍ବରୁ ଆମେରିକାର ଜର୍ଜିୟାରେ ୨୫ ବର୍ଷୀୟ ବିବେକ ସୋନୀଙ୍କୁ ହତ୍ୟା କରାଯାଇଥିଲା । ସେହିପରି ୧୯ ବର୍ଷୀୟ ଶ୍ରେୟସ ରେଡ୍ଡୀ ବେନିଗରଙ୍କ ମୃତଦେହ ପୋଲିସକୁ ମିଳିଥିଲା ।

ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ ୟୁନିଭରସିଟିରେ ପଢୁଥିବା ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା । ନୀଲ ୟୁନିଭରସିଟି କ୍ୟାମ୍ପସରୁ ରବିବାର ଦିନ ନିଖୋଜ ହୋଇଥିବା ସୂଚନା ପୋଲିସ ନିକଟରେ ହୋଇଥିଲା । ମୃତ ନୀଲ ଆଚାର୍ଯ୍ୟ ପର୍ଡୁ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଏବଂ ଡାଟା ସାଇନ୍ସରେ ପାଠ ପଢୁଥିଲେ । ଏହା ପୂର୍ବରୁ ଆମେରିକାରେ ଲିଥେନିୟା ସହରର ଜର୍ଜିଆରେ ଥିବା ଏକ ପରିତ୍ୟକ୍ତ ଘରେ ୨୫ ବର୍ଷୀୟ ଭାରତୀୟ ଛାତ୍ରକୁ ପିଟିପିଟି ହତ୍ୟା କରାଯାଇଥିଲା ।  ପୋଲିସ ଏହିସବୁ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.