୧୨ଶ ପାସ୍‌ କରିଥିବା ଜଳବୋର୍ଡରେ ଚାକିରି ସୁଯୋଗ, ୭୬୦ ପଦବୀ ପାଇଁ ହେବ ଭର୍ତ୍ତି

ଦିଲ୍ଲୀ ଜଳବୋର୍ଡରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏହା ଅଧିନରେ ପ୍ରାୟ ୭୬୦ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି କରାଯିବ । ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ ।

ଦିଲ୍ଲୀରେ ଚାକିରି କରିବାର ସୁଯୋଗ । ଦିଲ୍ଲୀ ଜଳବୋର୍ଡରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ କେବଳ ନୋଟିସ ଜାରି ହୋଇଛି । ଆବେଦନ କରିବାର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏହା ଅଧିନରେ ପ୍ରାୟ ୭୬୦ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ଦିଲ୍ଲୀରେ ହେବ । ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ ।

ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ, ୮୫ ପ୍ରତିଶତ ନିଯୁକ୍ତି ସିଧାସଳଖ ହେବ ଆଉ ବାକି ଗ୍ରୁପ ସି ଷ୍ଟାଫ ଭର୍ତ୍ତି ହେବ ।

ପଦବୀ ବିବରଣୀ : ୭୬୦

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିଥିବା ଜରୁରୀ । ଏହାସହିତ ଇଂଲିଶରେ ଟାଇପିଂ ସ୍ପିଡ ୩୫ ଶବ୍ଦ ପ୍ରତି ମିନିଟ ଏବଂ ହିନ୍ଦୀ ସ୍ପିଡ ୩୦ ପ୍ରତି ମିନିଟ ହେବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେବ । ଏଥିପାଇଁ ଆପଣଙ୍କ ଦିଲ୍ଲୀ ଜଳ ବୋର୍ଡର ଅଫିସିଆଲ ୱେବସାଇଟ udd.delhi.gov.in କୁ ଯାଇ ଆବେଦନ କରିପାରିବେ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ଲେବଲ-୨ ହିସାବରେ ମିଳିବ । ମାସକୁ ୧୯,୯୦୦ରୁ ଆରମ୍ଭ କରି ସର୍ବାଧିକ ୬୩,୨୦୦ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.