ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ସର୍ଚ୍ଚ ଅପରେସନ ଜୋରଦାର

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗୁଳିବିନିମୟ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ରହିଛି।

ବରଗଡ଼ (କେନ୍ୟୁଜ): ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ।  ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗୁଳିବିନିମୟ ହୋଇଛି ।  ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ରହିଛି । ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ ନିକଟରେ ମାଓବାଦୀ କ୍ୟାମ୍ପ କରିଥିବା ସୂଚନା ପାଇ SOG କରିଥିଲା ଅପରେସନ । ଅପରେସନରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଏମାନେ ଓଡ଼ିଶା ଷ୍ଟେଟ କମିଟିର ବରଗଡ଼ ବଲାଙ୍ଗୀର ଡିଭିଜନର ମାଓବାଦୀ । ଆଗକୁ ନିର୍ବାଚନ ଥିବାରୁ ଉପସ୍ଥିତି ଜାହିର ପାଇଁ ମାଓବାଦୀଙ୍କ ପ୍ରୟାସ ଥିଲା।

ସୂଚନା ଯୋଗ୍ୟ ଏପ୍ରିଲ ୬ରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କରିଗୁଟା ଜଙ୍ଗଲରେ ବିଜାପୁର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ତିନି ହାର୍ଡ କୋର ମାଓବାଦୀ ନିହତ । ଘଟଣା ସ୍ଥଳରୁ ଗୋଟିଏ LMG, ଗୋଟିଏ AK47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.