୧୦୦୦ କୋଟି ଟଙ୍କାରେ ନିର୍ମିତ ରାଜମୋୖଲିଙ୍କ ଫିଲ୍ମରେ ଏଣ୍ଟ୍ରି କରିବେ କି ଅମୀର ଖାନ? କରିଲେ ସିକ୍ରେଟ ମିଟିଂ

ରିପୋର୍ଟ ଅନୁଯାୟୀ ରାଜମୋୖଲି ଏବଂ ଅମୀର ଖାନ କିଛି ଦିନ ପୂର୍ବରୁ ମୁମ୍ବାଇରେ ଏକ ସିକ୍ରେଟ ମିଟିଂ କରିଥିଲେ । ଉଭୟଙ୍କର ଏହି ସିକ୍ରେଟ ମିଟିଂ ପରେ ପୁନର୍ବାର କୁହାଯାଉଛି ଯେ ଏହି ମିଟିଂ ରାଜାମୋୖଲି ଏବଂ ମହେଶ ବାବୁଙ୍କ ଫିଲ୍ମ SSMB29 ପାଇଁ ହୋଇଥିଲା ।

ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ ଅମୀର ଖାନ୍ ବଡ ପରଦାରୁ ଦୂରରେ ଅଛନ୍ତି । ସେ ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ଅମୀର ଖାନ ଭେଟେରାନ ନିର୍ଦ୍ଦେଶକ ଏସ.ଏସ୍ ରାଜାମୋୖଲିଙ୍କ ପରବର୍ତ୍ତୀ ଫିଲ୍ମର ଅଂଶ ହୋଇପାରନ୍ତି । ବାସ୍ତବରେ, ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି ଯେ ଅମୀର ଖାନ ରାଜାମୋୖଲି ଏବଂ ମହେଶ ବାବୁଙ୍କ ପରବର୍ତ୍ତୀ ଫିଲ୍ମରେ ଭିଲେନ୍ ଭାବରେ ନଜର ଆସିପାରନ୍ତି । ନିର୍ମାତା ଏବଂ ଅମୀରଙ୍କଠାରୁ ଦୀର୍ଘ ସମୟ ଧରି ଏହା ଉପରେ କିଛି କୁହାଯାଇ ନ ଥିଲା, ଯେଉଁଥିପାଇଁ ଏହା ଏକ ଗୁଜବ ବୋଲି ବିଶ୍ୱାସ କରାଯାଉଥିଲା ।

କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ସହ ଜଡିତ ଲାଟେଷ୍ଟ ଅପଡେଟ ଯୋଗୁଁ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁଯାୟୀ ରାଜମୋୖଲି ଏବଂ ଅମୀର ଖାନ କିଛି ଦିନ ପୂର୍ବରୁ ମୁମ୍ବାଇରେ ଏକ ସିକ୍ରେଟ ମିଟିଂ କରିଥିଲେ । ଉଭୟଙ୍କର ଏହି ସିକ୍ରେଟ ମିଟିଂ ପରେ ପୁନର୍ବାର କୁହାଯାଉଛି ଯେ ଏହି ମିଟିଂ ରାଜାମୋୖଲି ଏବଂ ମହେଶ ବାବୁଙ୍କ ଫିଲ୍ମ SSMB29 ପାଇଁ ହୋଇଥିଲା । ତଥାପି, ଆନୁଷ୍ଠାନିକ ଭାବେ କିଛି କୁହାଯାଇପାରିବ ନାହିଁ । ରିପୋର୍ଟରେ କୁହାଯାଇଛି ଯେ SSMB29 ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ରାଜାମୋୖଲି ଅମୀର ଖାନଙ୍କୁ ଅପ୍ରୋଚ କରିଛନ୍ତି ।

ଯଦି ଏହି ଖବର ସତ ଏବଂ ଅମୀର ଏହି ପ୍ରୋଜେକ୍ଟର ଏକ ଅଂଶ ହୋଇଯାଆନ୍ତି, ତେବେ ଫ୍ୟାନ୍ସମାନେ ଅନ୍ୟ ଏକ ବଡ଼ ଫିଲ୍ମ ପାଇଁ ପ୍ରସ୍ତୁତ ହୋଇଯିବା ଉଚିତ୍ । ବିଶେଷ କଥା ହେଉଛି ଏହି ଫିଲ୍ମକୁ ଦେଶର ସବୁଠାରୁ ଦାମୀ ଫିଲ୍ମ ଭାବରେ ବର୍ଣ୍ଣନା କରାଯାଉଛି । ଏହାର ବଜେଟ୍ ପ୍ରାୟ ୧୦୦୦ କୋଟି ଟଙ୍କା ହେବ । ସମୟ କହିବ ଅମୀର ରାଜାମୋୖଲିଙ୍କ ଫିଲ୍ମର ଏକ ଅଂଶ ହେବେକି ନାହିଁ, କିନ୍ତୁ ନିକଟ ଅତୀତରେ ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ସାଉଥରୁ ବଲିଉଡ ଏବଂ ବଲିଉଡରୁ ସାଉଥ ସିନେମାକୁ ଯାଇଛନ୍ତି ।

ସୂଚନାଯୋଗ୍ୟ, ଜୁନିଅର ଏନଟିଆର ହ୍ରିତିକ ରୋଶନଙ୍କ ‘ଫାଇଟର ୨’ରେ ଦେଖିବାକୁ ମିଳିବେ । ଜାନଭୀ କପୁର ଏବଂ କିଆରା ଆଡଭାନୀ ମଧ୍ୟ ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କ ସହ କାମ କରୁଛନ୍ତି । ଏହା ବ୍ୟତୀତ ସଞ୍ଜୟ ଦତ୍ତ ମଧ୍ୟ ଅନେକ ସାଉଥ ଫିଲ୍ମ କରିଛନ୍ତି । ଏହି ଲିଷ୍ଟ ଦିନକୁ ଦିନ ବଡ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.