ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ରାଣୀ

ଆଜି ଠାରୁ ଆରମ୍ଭ ହୋଇଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ବିଶ୍ଵ ପ୍ରସିଦ୍ଧ ଚଇତି ପର୍ବ । ମା’ଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଆଜି ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା ତାରିଣୀ ।

ଘଟଗାଁ (କେନ୍ୟୁଜ): ଆଜି ଠାରୁ ଆରମ୍ଭ ହୋଇଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ବିଶ୍ଵ ପ୍ରସିଦ୍ଧ ଚଇତି ପର୍ବ । ମା’ଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ୧୯୩୬ ମସିହା ଠାରୁ ମା’ଙ୍କର ଏହି ଚଇତି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଆସୁଛି । ଆଜି ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା ତାରିଣୀ । ସେହିପରି ଚଇତି ପର୍ବ ଅବସରରେ ମା’ଙ୍କ ପୀଠରେ ପ୍ରତିଦିନ ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ ଓ ସତ୍ୟ ନାରାୟଣ ପୂଜା ଆଦି ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୭ ଦିନ ବ୍ୟାପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହି ଅବସରରେ ଆଜି ରାତି ପ୍ରାୟ ସାଢେ଼ ଚାରିଟା ସମୟରୁ ସେବାୟତମାନେ ମା’ଙ୍କୁ ପ୍ରଥମେ ମାଜଣା କରିଥିଲେ । ପରେ ମହାସ୍ନାନ, ବଡ଼ ସିଂହାର ବେଶ, ଷୋଡଶ ଉପଚାର ପୂଜା ସମେତ ସମସ୍ତ ନୀତିକାନ୍ତି ସରିଥିଲା । ପରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ପରେ ଭକ୍ତଙ୍କ ପାଇଁ ମନ୍ଦିର ପହଡ଼ ଖୋଲି ଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.