ବିମାନରେ ଯାତ୍ରୀଙ୍କ ମୃତ୍ୟୁ ହେଲେ କ୍ରୁ ମେମ୍ବର୍ସ କରନ୍ତି ଏହି କାମ, ଜାଣନ୍ତୁ ରୋଚକ ତଥ୍ୟ

ଆପଣ କେବେ ଭାବିଛନ୍ତି କି ଉଡ଼ୁଥିବା ବିମାନରେ ଯଦି ହଠାତ୍ ଜଣେ ମୃତ୍ୟୁବରଣ କରେ ତେବେ ଉକ୍ତ ବ୍ୟକ୍ତିଙ୍କ ଶରୀରକୁ ନେଇ କଣ କରାଯାଏ । ତେବେ ଆସନ୍ତୁ ଜାଣିବା ଏଭଳି ଘଟଣାକୁ ନେଇ କିଛି ରୋଚକ ତଥ୍ୟ ।

ବିମାନରେ ବସିବାକୁ ସମସ୍ତେ ବହୁତ ପସନ୍ଦ କରନ୍ତି । କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ବିମାନରେ ଯାତ୍ରା କରିବାକୁ ଏତେ ଭୟ କରନ୍ତି ଯେ ଅନେକ ଥର ସେମାନେ ଯାତ୍ରା କରନ୍ତି ନାହିଁ । ପ୍ଲେନ୍‌ ଅନେକ ଥର ଦୁର୍ଘଟଣା ସମ୍ମୁଖୀନ ହେବା ଖବର ବି ଲୋକମାନେ ଶୁଣିବାକୁ ପାଆନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଉଡ଼ୁଥିବା ବିମାନରେ ଯଦି ହଠାତ୍ ଜଣେ ମୃତ୍ୟୁବରଣ କରେ ତେବେ ଉକ୍ତ ବ୍ୟକ୍ତିଙ୍କ ଶରୀରକୁ ନେଇ କଣ କରାଯାଏ । ତେବେ ଆସନ୍ତୁ ଜାଣିବା ଏଭଳି ଘଟଣାକୁ ନେଇ କିଛି ରୋଚକ ତଥ୍ୟ ।

ଯେତେବେଳେ ଫ୍ଲାଇଟ୍‌ରେ କେହି ମରିଯାନ୍ତି, ବିମାନ କର୍ମଚାରୀମାନେ ସେମାନଙ୍କୁ CPR ଦେବାକୁ ଚେଷ୍ଟା କରନ୍ତି । କିଛି ଫଳାଫଳ ନମିଳିଲେ ତାଙ୍କୁ ଶେଷରେ ମୃତ ଘୋଷଣା କରାଯାଇଥାଏ । ଏଭଳି ପରିସ୍ଥିତିରେ ବିମାନ କର୍ମଚାରୀମାନେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସିଟରେ ବସାଇ ତାଙ୍କ ଶରୀରକୁ ଏକ କପଡ଼ାରେ ଘୋଡ଼ାଇ ଦିଅନ୍ତି । ଫ୍ଲାଇଟରେ ଥିବା ମୃତ ଶରୀରକୁ ସିଟରେ ସୁରକ୍ଷିତ ଭାବେ ରଖାଯାଏ, କାରଣ ବ୍ୟବଚ୍ଛେଦ ଯେମିତି ସଠିକ୍ ଭାବରେ କରାଯାଇପାରିବ । ଫ୍ଲାଇଟ ଳ୍ୟାଣ୍ଡ ନକରିବା ଯାଏଁ ସମସ୍ତ ଯାତ୍ରୀ ମୃତବ୍ୟକ୍ତି ସହ ହିଁ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରତିବର୍ଷ ଏଭଳି ଘଟଣା ଅନେକ ଥର ଘଟିଥାଏ । ଲୋକମାନେ ଯାତ୍ରା କରୁ କରୁ ହଠାତ ତାଙ୍କର ମୃତ୍ୟୁ ହୁଏ । ଏହି ବିଷୟରେ ଯାତ୍ରୀମାନଙ୍କୁ କୌଣସି ପ୍ରକାରର ସୂଚନା ଦିଆଯାଇନଥାଏ । ସେହି ମୃତ ଶରୀରକୁ ଏକ ନାମ ଦିଆଯାଏ । ଏବଂ ଏହାକୁ HR କୁହାଯାଏ, ଯାହାର ଅର୍ଥ ହେଉଛି ହ୍ୟୁମାନ ରିସୋର୍ସେସ୍‌ ।

ଏକ ମୃତ ଶରୀର ସହିତ ୩ ଘଣ୍ଟା କିମ୍ବା ତା’ଠାରୁ ଅଧିକ ଯାତ୍ରା କରିବା ନିହାତି ଆପଣଙ୍କୁ ଭୟଭୀତ କରାଇବ । ତେବେ ବିମାନରେ ବସିଥିବା ଯାତ୍ରୀମାନେ ମଧ୍ୟ ବହୁତ ଭୟ କରି ଉକ୍ତ ଫ୍ଲାଇଟରେ ଯାତ୍ରା କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.