କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ‘ବିଗୁଲ୍’ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି

କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ଏବେ କନ୍ଧମାଳ ସିନେମା ହଲ୍ ସମେତ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି । ପ୍ରଥମ ଥର ପାଇଁ କନ୍ଧମାଳରେ ସୁଟିଙ୍ଗ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ରେ ଚିତ୍ରିତ ହୋଇଥିବା ନିଆରା କାହାଣୀ, ଚିତ୍ର ଓ ଚରିତ୍ର ଏବଂଏକଦମ୍ ନିଚ୍ଛକ ଓଡିଆ ପରମ୍ପରାକୁ ନେଇ ଚଳଚ୍ଚିତ୍ରର ପ୍ରତିଟି ଦୃଶ୍ୟ ସମସ୍ତ ଦର୍ଶକଙ୍କୁ ବେସ୍ ଆକୃଷ୍ଟ କରିଛି ।

କନ୍ଧମାଳ(କେନ୍ୟୁଜ): କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ଏବେ କନ୍ଧମାଳ ସିନେମା ହଲ୍ ସମେତ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି । ପ୍ରଥମ ଥର ପାଇଁ କନ୍ଧମାଳରେ ସୁଟିଙ୍ଗ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ରେ ଚିତ୍ରିତ ହୋଇଥିବା ନିଆରା କାହାଣୀ, ଚିତ୍ର ଓ ଚରିତ୍ର ଏବଂଏକଦମ୍ ନିଚ୍ଛକ ଓଡିଆ ପରମ୍ପରାକୁ ନେଇ ଚଳଚ୍ଚିତ୍ରର ପ୍ରତିଟି ଦୃଶ୍ୟ ସମସ୍ତ ଦର୍ଶକଙ୍କୁ ବେସ୍ ଆକୃଷ୍ଟ କରିଛି ।

କୁହାଯାଏ ପ୍ରକୃତିର ସ୍ଵର୍ଗ କନ୍ଧମାଳ । ନିଆରା ପରମ୍ପରା ଓ ସଂସ୍କୃତିର ଗନ୍ତାଘର । ଆଦିବାସୀ ଉପାନ୍ତ ଇଲାକାର ସଂସ୍କତି,ପରମ୍ପରା ଓ ଜନ ଜୀବନର ଚିତ୍ର ଓ ଚରିତ୍ରକୁ ନେଇ ଗତିଶୀଳ ନୂଆ ଓଡିଆ ଚଳଚିତ୍ର ବିଗୁଲ୍ । ଫୁଲବାଣୀର ସ୍ଥାନୀୟ ହଲରେ ଦର୍ଶକଙ୍କ ଭିଡ ଚଳଚ୍ଚିତ୍ରକୁ ନେଇ । ଜିଲ୍ଲାର ଗାଁ ଗଣ୍ଡାର ମନଲୋଭା ଦୃଶ୍ୟ ଓ ସ୍ଥାନୀୟ କଳାକାରଙ୍କ ସମେତ କାହାଣୀ ସମସ୍ତଙ୍କୁ କରିଛି ଆକର୍ଷିତ ।

ଅନେକ ଅନୁଷ୍ଠାନର ଛାତ୍ର ଛାତ୍ରୀ,ଅନ୍ତେବାସୀ ଓ ଦର୍ଶକ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ହେବା ସହିତ କରୁଛନ୍ତି ଭରପୁର୍ ଉପଭୋଗ । ସ୍ଥାନୀୟ କୁନି କଳାକାର ଶ୍ରେୟାଂଶ ଏହି ଚଳଚିତ୍ରରେ ହିରୋଇନ୍ ସୁପ୍ରିୟା ନାୟକଙ୍କ ସାନ ଭାଇ ରୋଲରେ ଅଭିନୟ କରି ବେସ୍ ଖୁସି ଥିବା କହିଛନ୍ତି ।

sir

ଏହି ଓଡିଆ ଚଳଚିତ୍ର କନ୍ଧମାଳର ପର୍ଯ୍ୟଟନକୁ ଦେଇଛି ନୂଆ ଦିଗନ୍ତ । କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଚଳଚ୍ଚିତ୍ରର କ୍ରିୟୁ ସଦସ୍ୟଙ୍କୁ ଉତ୍ସାହିତ କରିବା ସହିତ ନିମନ୍ତ୍ରଣ ଓ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଚଳଚ୍ଚିତ୍ରଟି କନ୍ଧମାଳର ଲୁକ୍କାୟିତ ପ୍ରତିଭାଙ୍କୁ ମଧ୍ୟ ଦେଇଛି ପ୍ଳାଟଫର୍ମ । ଜିଲ୍ଲାର କଳା,ସଂସ୍କୃତି ପରମ୍ପରାକୁ ଲୋକଲୋଚନକୁ ଆଣିଛି ବଡ ପରଦାରେ । ବିଗୁଲ୍ ଅନ୍ୟ ଓଡିଆ ଚଳଚ୍ଚିତ୍ରର କନ୍ଧମାଳରେ ସୁଟିଂ ପାଇଁ ବାଟ ଫିଟାଇଛି । ଓଡିଆ ଚଳଚ୍ଚିତ୍ରରେ ବାସ୍ତବ ଧର୍ମୀ ଏକ ନୂଆ ଧାରା ସୃଷ୍ଟି କରିଥିବାରୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.