ପାରାଦୀପ : ବୋଟରେ ପଡ଼ିଲା ୧୮ ଲକ୍ଷ ଟଙ୍କାର ୧୭ଟି ମାଛ

ଦୁଇଟି ବୋଟରେ ପଡ଼ିଲା ୧୭ଟି ତେଲିଆ ବୋରେଇ ମାଛ । ମାଛ କିଲୋ ୬୪୦୦ ଟଙ୍କା । ୧୭ ଟି ମାଛର ଦାମ ୧୮ ଲକ୍ଷ ଟଙ୍କା । ମାଛଧରା ବନ୍ଦରରେ ଲାଗିଥିଲା ବୋଟ। ପାରାଦୀପର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି ।

ପାରାଦୀପ (କେନ୍ୟୁଜ): ଦୁଇଟି ବୋଟରେ ପଡ଼ିଲା ୧୭ଟି ତେଲିଆ ବୋରେଇ ମାଛ ।  ମାଛ କିଲୋ ୬୪୦୦ ଟଙ୍କା  । ୧୭ ଟି ମାଛର ଦାମ ୧୮ ଲକ୍ଷ ଟଙ୍କା । ମାଛଧରା ବନ୍ଦରରେ ଲାଗିଥିଲା ବୋଟ। ପାରାଦୀପର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି । ଦୀଘା ମାର୍କେଟରେ ଏହି ମାଛ ବିକ୍ରି ହେବ ବୋଲି ଜଣାପଡିଛି। ଏହି ମାଛର ଅନ୍ତ ଓ ପୁଟ୍ଟିକୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ ।

ଖୁବ୍ କମ୍ ସଂଖ୍ୟାରେ ଏହି ମାଛ ଜାଲରେ ପଡେ । ତେବେ ଏହି ସାମୁଦ୍ରିକ ମାଛ ପଡ଼ିଲେ ମତ୍ସ୍ୟଜୀବୀମାନେ ଖୁବ ଖୁସି ହୋଇଯାଆନ୍ତି । ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.