Below header

ଟଙ୍କା ଡବଲ ଲୋଭ ସ୍କିମରେ ଫସିଗଲେ କର୍ମଚାରୀ, କ୍ଷଣିକରେ ଉଡ଼ିଗଲା ସବୁକିଛି

ସୁଧୀର ମାପୁସ୍କର ନାମକ ଜଣେ ବ୍ୟକ୍ତି କମ୍ପାନୀର ଆକାଉଣ୍ଟରୁ ୧.୦୮ କୋଟି ଟଙ୍କା ବାହାର କରିଥିଲେ । ପରେ ନିଜ ନାଁରେ ଏହି ଟଙ୍କାକୁ ଏକ ଇନ୍ସୁରାନ୍ସ ସ୍କିମରେ ଇନଭେଷ୍ଟ କରିଥିବା ଅଭିଯୋଗ ହୋଇଛି।

ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିବା ଆକାଉଣ୍ଟାଣ୍ଟ ଠକଙ୍କ ସ୍କିମରେ ପଡ଼ି ହରାଇଛନ୍ତି କୋଟି କୋଟି ଟଙ୍କା । ସୁଧୀର ମାପୁସ୍କର ନାମକ ଜଣେ ବ୍ୟକ୍ତି କମ୍ପାନୀର ଆକାଉଣ୍ଟରୁ ୧.୦୮ କୋଟି ଟଙ୍କା ବାହାର କରିଥିଲେ । ପରେ ନିଜ ନାଁରେ ଏହି ଟଙ୍କାକୁ ଏକ ଇନ୍ସୁରାନ୍ସ ସ୍କିମରେ ଇନଭେଷ୍ଟ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ସ୍କିମ୍‌ ନକଲି ଥିଲା ଫଳରେ ସେ ଇନଭେଷ୍ଟ କରିଥିବା ସମସ୍ତ ଟଙ୍କା ବୁଡ଼ି ଯାଇଛି । ସୁଧୀର ୧୯୯୨ ମସିହାରୁ ଜେନା ଇଲେକ୍ଟ୍ରିକ୍ ଏବଂ ମେକାନିକ୍ ୱାର୍କ ନାମକ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ।

ପ୍ରାୟ ତିରିଶ ବର୍ଷ ଧରି କମ୍ପାନୀରେ କାର୍ଯ୍ୟ କରିବା ପରେ ସୁଧୀର କମ୍ପାନୀର ବିଶ୍ୱାସ ହାସଲ କରିଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନରେ କମ୍ପାନୀର ବ୍ୟାଙ୍କ କାରବାର ପାଇଁ ତାଙ୍କୁ OTP ଆକ୍ସେସ୍‌ ଦିଆଯାଇଥିଲା। କିନ୍ତୁ କମ୍ପାନୀ ଭରସାର ସୁଯୋଗ ନେଇ ଆକାଉଣ୍ଟାଣ୍ଟ ସୁଧୀର କମ୍ପାନୀର ତିନୋଟି ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ନିଜ ଆକାଉଣ୍ଟକୁ କୋଟିଏ ରୁ ବି ଅଧିକ ଟଙ୍କା ଟ୍ରାନ୍ସଫର କରିଥିଲେ।

ଏଥିପାଇଁ ଆଜାଦ ମୈଦାନ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ହୋଇଛି । କମ୍ପାନୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା କରାଯାଇଥିବା ଫୋରେନସିକ୍ ଅଡିଟ୍ ରିପୋର୍ଟରୁ ଜଣାପଡିଛି ଯେ ମେ ୨୦୧୬ ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧.୦୮ କୋଟି ଟଙ୍କା ଜାଲ ଭାବେ ଟ୍ରାନ୍ସଫର ହୋଇଛି ।

ପୋଲିସ କହିଛି ଯେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି । ସୁଧୀରଙ୍କ କହିବା ଅନୁସାରେ ୨୦୨୧ ମସିହାରେ ଚାରି ଜଣ ଲୋକ ତାଙ୍କୁ ଟଙ୍କା ଡବଲ୍‌ କରିବା କଥା କହିଥିଲେ । ପରେ ଲୋଭ ଯୋଗୁଁ ସେ କମ୍ପାନୀର ଟଙ୍କା ବ୍ୟବହାର କରୁଥଲେ । ଆକାଉଣ୍ଟାଣ୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସ୍କିମରୁ ଟଙ୍କା ଅଧିକ ପାଇବା ପରେ ସେ କମ୍ପାନୀକୁ ଟଙ୍କା ଫେରାଇ ଦେଇଥାନ୍ତେ କିନ୍ତୁ ପରେ ସେ ଠକାମିର ଶିକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.