ବର୍ଷା କମାଇଛି ତାତି, କାଳବୈଶାଖୀ ପରେ ୩୫ ଡିଗ୍ରୀକୁ ଖସିଛି ତାପମାତ୍ରା

କାଳବୈଶାଖୀ ବର୍ଷା ପରେ ୩୫ ଡିଗ୍ରୀକୁ ଖସିଛି ତାପମାତ୍ରା । ଭୁବନେଶ୍ୱରରେ ୩୧°C ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଉ ୨ ଦିନ ତାତିରୁ ଆଶ୍ବସ୍ତି । କାଳବୈଶାଖୀ ବର୍ଷା ପରେ ୩୫ ଡିଗ୍ରୀକୁ ଖସିଛି ତାପମାତ୍ରା ।  ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ, କୁଆପଥର ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତାତି କମାଇଛି । ଦିନ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ପାରାଦୀପର ତାପମାତ୍ରା ୩୫.୪°C, ଚାନ୍ଦବାଲିର ତାପମାତ୍ରା ୩୫.୨°C, ଗୋପାଳପୁରର ତାପମାତ୍ରା ୩୪.୨°C, ବାଲେଶ୍ୱରର ତାପମାତ୍ରା ୩୪.୨°C, ପୁରୀର ତାପମାତ୍ରା ୩୨.୮°C, କେନ୍ଦୁଝରର ତାପମାତ୍ରା ୩୨.୪°C, ଭୁବନେଶ୍ୱରର ତାପମାତ୍ରା ୩୧°C, ରାଉରକେଲାର ତାପମାତ୍ରା ୩୦.୨°C , ଝାରସୁଗୁଡାର ତାପମାତ୍ରା ୨୭.୬°C, ସମ୍ବଲପୁରର ତାପମାତ୍ରା ୨୫.୮°C ରେକର୍ଡ ହୋଇଛି ।

ଅନ୍ୟପଟେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୧୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୧ ତାରିଖ ଠାରୁ ପୁଣି ବଢିବ ତାତି । ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲୋକଙ୍କୁ ଆଶ୍ବସ୍ତି ଆଣି ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.