ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vivo T3x 5G, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଭିଭୋ ଭାରତରେ ଏହାର ଟି ସିରିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଏହି ଫୋନର ଫାଷ୍ଟ ଟିଜର ରିଲିଜ୍ କରିଛି, ଯାହା ମାଧ୍ୟମରେ ଭିଭୋର ଆଗାମୀ ଫୋନ୍ ବିଷୟରେ ଅନେକ ଖୁଲାସା କରାଯାଇଛି ।

Vivo ବଜେଟ୍ ରେଞ୍ଜରେ ଆଉ ଏକ ଧମାକାଦାର ଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନର ନାମ Vivo T3x 5G ହେବ ଏବଂ କମ୍ପାନୀ ଏହାର ସମ୍ଭାବ୍ୟ ମୂଲ୍ୟ ମଧ୍ୟ ପ୍ରକାଶ କରିଛି । ଆସନ୍ତୁ ଏହି ଫୋନ୍ ବିଷୟରେ ଜାଣିବା । ଭିଭୋ ଭାରତରେ ଏହାର ଟି ସିରିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଏହି ଫୋନର ଫାଷ୍ଟ ଟିଜର ରିଲିଜ୍ କରିଛି, ଯାହା ମାଧ୍ୟମରେ ଭିଭୋର ଆଗାମୀ ଫୋନ୍ ବିଷୟରେ ଅନେକ ଖୁଲାସା କରାଯାଇଛି । ଏହି ଫୋନର ଏକ ମାଇକ୍ରୋସାଇଟ୍ ଫ୍ଲିପକାର୍ଟରେ ଲାଇଭ୍ କରାଯାଇଛି, ଯେଉଁଥିରୁ ଏହି ଫୋନ୍ ଫ୍ଲିପକାର୍ଟରେ ସେଲ ହେବ ବୋଲି ଜଣାପଡିଛି ।

ଏହା ବ୍ୟତୀତ ଭିଭୋ ଏହାର ଟିଜର ମାଧ୍ୟମରେ ନିଶ୍ଚିତ କରିଛି ଯେ ଏହି ଫୋନର ମୂଲ୍ୟ ୧୫୦୦୦ରୁ କମ୍ ହେବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ଲଞ୍ଚ ଡେଟ ବିଷୟରେ କୌଣସି ସୂଚନା ଦେଇନାହିଁ କିନ୍ତୁ ଏହା ନିଶ୍ଚିତ ଭାବେ କହିଛି ଯେ ଏହି ଫୋନ୍ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ଭିଭୋ ଫୋନର ଟିଜର ମାଧ୍ୟମରେ ଏହାର ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଥିବା ଜଣାପଡିଛି । ମାଇକ୍ରୋସାଇଟ୍ ଅନୁଯାୟୀ, ପ୍ରୋସେସର୍ ପାଇଁ Qualcomm Snapdragon SoC ଚିପସେଟ୍ ବ୍ୟବହାର କରାଯିବ, ଯାହାର AuTuTu ସ୍କୋର ୫,୬୦,୦୦୦ ହେବ ।

ତେବେ କମ୍ପାନୀ ଏହି ଫୋନର ପ୍ରକୃତ ଚିପସେଟର ନାମ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ । ଭିଭୋ T3x 5G ର ମାଇକ୍ରୋସାଇଟ୍ ମାଧ୍ୟମରେ କମ୍ପାନୀ ସୂଚନା ଦେଇଛି ଯେ ଏପ୍ରିଲ୍ ୧୨ରେ କମ୍ପାନୀ ଏହି ଫୋନର ଚିପସେଟ୍ ପ୍ରକାଶ କରିବ । ତେବେ କମ୍ପାନୀ ମାଇକ୍ରୋସାଇଟ୍ ରେ ଉଲ୍ଲେଖ କରିଛି ଯେ ଏହି ଫୋନର ପ୍ରୋସେସର୍ MediaTek Dimensity 6080 ଏବଂ Dimensity 6100+ ଠାରୁ ଅଧିକ ପାୱାରଫୁଲ ହେବ, ଯାହା ଯଥାକ୍ରମେ Realme 12 5G ଏବଂ Realme Note 13 5G ରେ ଦିଆଯାଏ । ଏହା ବ୍ୟତୀତ ଏହି ଫୋନକୁ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଟର୍ବୋ ବ୍ୟାଟେରୀ ଯୋଗାଇ ଦିଆଯିବ, ଯାହା କମ୍ପାନୀ ଏପ୍ରିଲ ୧୫ ରେ ପ୍ରକାଶ କରିବ ।

ତେବେ, ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଭିଭୋ ଏହି ଫୋନରେ ୬୦୦୦mAh ବ୍ୟାଟେରୀ ଦିଆଯିବ, ଯାହା ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିବ ଏବଂ ଗୋଟିଏ ଚାର୍ଜରେ ଦୁଇ ଦିନ ବ୍ୟାଟେରୀ ବ୍ୟାକଅପ୍ ପ୍ରଦାନ କରିପାରିବ । Vivo T3x 5G ଗତ ବର୍ଷ ଲଞ୍ଚ ହୋଇଥିବା Vivo T2x ର ଅପଗ୍ରେଡ୍ ଭର୍ସନ ଭାବରେ ଲଞ୍ଚ ହେବ । ଏହି ଫୋନ୍ Bluetooth SIG ଏବଂ BIS ସାର୍ଟିଫିକେଟ ଗ୍ରହଣ କରିଛି । ଏହି ଫୋନରେ ଷ୍ଟେରିଓ ସ୍ପିକର ଏବଂ ଅଡିଓ ବୁଷ୍ଟର୍ ଫିଚର ମଧ୍ୟ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.