Below header

ଦୀର୍ଘ ୫ ବର୍ଷ ଧରି ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି ରିଟେଲର, ଧରାପଡିବା ପରେ ସତ ମାନିଲେ

ସରକାର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରତ୍ୟକ ମାସରେ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର କିଛି ଅସାଧୁ ରିଟେଲର ବିଭିନ୍ନ ଆଳ ଦେଖାଇ ଚଞ୍ଚକତା କରି ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ୫ ବର୍ଷ ଧରି ।

ଜଳେଶ୍ୱର (କେନ୍ୟୁଜ୍‌): ସରକାର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରତ୍ୟକ ମାସରେ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର କିଛି ଅସାଧୁ ରିଟେଲର ବିଭିନ୍ନ ଆଳ ଦେଖାଇ ଚଞ୍ଚକତା କରି ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ୫ ବର୍ଷ ଧରି ରିଟେଲର ଜଣକ ପ୍ରତ୍ୟକ ଅର୍ଣ୍ଣପୂର୍ଣ୍ଣା ଅନ୍ତଦୋୟ କାର୍ଡ ପିଛା ୨୫ କେଜି ଲେଖାଁଏ ଚାଉଳ କାଟୁଛନ୍ତି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ପଂଚାୟତର ଜାଠିଆ ଗ୍ରାମର ରିଟେଲର ଚୈତନ୍ୟ ମାଝୀଙ୍କ ନାମରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ୪୦ରୁ ଅଧିକ ଅନ୍ତଦୋୟ ରାସନ କାର୍ଡଧାରୀ ।

ଅନ୍ତଦୋୟ ଯୋଜନାରେ ହିତାଧିକାରୀଙ୍କ ପରିବାରକୁ ୩୫ କେଜି ଲେଖାଏଁ ଚାଉଳ ଦେବା ପାଇଁ ନିୟମ ରହିଥିବା ବେଳେ ବିଗତ ପାଞ୍ଚ ବର୍ଷ ଧରି ପ୍ରତ୍ୟକ କାର୍ଡ ଧାରିଙ୍କୁ ମୁଣ୍ଡ ପିଛା ୫କେଜି କେଜି ଚାଉଳ ଦେଇ ବାକି ୩୦କେଜି ଲେଖାଏଁ ଚାଉଳ ରିଟେଲର ଜଣକ ଚଳୁ କରି ଦେଉଛନ୍ତି । ଦୁଇ ମାସ ପୂର୍ବରୁ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଦୁଇଟି ବ୍ୟାଗ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା, ଏହି ସମୟରେ ନିଜକୁ ସାଧାରଣ ହିତାଧିକାରୀ ଭାବେ ଜାଣିଥିବା ୪୦ ଜଣ ଅନ୍ତୋଦୟ ହିତାଧିକାରୀ ସେମାନଙ୍କ ନାଁ ସାଧାରଣ ଖାଉଟି ଖାତାରେ ନଥିବା ଦେଖିଥିଲେ । ଖୋଳତାଡ ପରେ ଜଣା ପଡିଥିଲା ସେମାନେ ଅନ୍ତଦୋୟ ଯୋଜନା ହିତାଧିକାରୀ ,ରିଟେଲର ଚୈତନ୍ୟ ମାଝି ଅନ୍ତୋଦୟ ହିତାଧିକାରୀ ଙ୍କୁ ୩୫ କେଜି ଚାଉଳ ବଦଳରେ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଦେଉଥିଲେ । ୨୦୧୮ ମସିହାରୁ ଏହି କାରବାର ଚାଲିଥିବା ବେଳେ ପ୍ରାୟ ୫୦୦ କ୍ୱିଣ୍ଟାଲ ଚାଉଳ ହଡପ ହୋଇଥିବା ଜଣା ପଡିଛି, ଯାହାର ଦାମ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ।

ration

ଚାଉଳ ହଡପ ହେଉଥିବା ଜାଣିବା ପରେ ଅନ୍ତଦୋୟ କାର୍ଡଧାରୀ ମାନେ ରିଟେଲରଙ୍କୁ ପଚାରିବାରୁ ଚାଉଳ ଆତ୍ମସାତ ଘଟଣାକୁ ସ୍ୱୀକାର କରିଛନ୍ତି । ହଡପ କରି ଥିବା ଚାଉଳ ମଧ୍ୟ ଫେରାଇବେ ବୋଲି କହିଛନ୍ତି । ଏହାକୁ ନେଇ ପଂଚାୟତର ଶତାଧିକ କାର୍ଡଧାରୀ ସଙ୍ଗେ ସଙ୍ଗେ ବ୍ଲକ ଯୋଗାଣ ଅଧିକାରୀଙ୍କ ପାଖରେ ପହଁଚି ଏହି ବିଷୟ ଅବଗତ କରାଇଥିଲେ,ଏବଂ ଯୋଗାଣ ଅଧିକାରୀ ଜାଠିଆ ରିଟେଲର ପଏଣ୍ଟ ରେ ପହଂଚି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି । ତେବେ ବାସ୍ତବରେ ଖାଉଟିଙ୍କ ଚାଉଳ କୁଆଡେ ଯାଉଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏନେଇ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗ ର ସତ୍ୟତା ଥିବା କହିଛନ୍ତି ଏବଂ ଉକ୍ତ ରିଟେଲରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ହିତାଧିକାରୀ ମାନେ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଯୋଗାଣ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ହିତାଧିକାରୀଙ୍କୁ ଚଳିତ ମାସର ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେଇଥିବାବେଳେ ବାକି ଆଉ ୨୦ ଜଣ ହିତାଧିକାରୀଙ୍କ ଚାଉଳ ତଦନ୍ତ ପରେ ଦିଆଯିବ ବୋଲି କହିଛନ୍ତି । ତେବେ ବାସ୍ତବରେ ଖାଉଟିଙ୍କ ଚାଉଳ କୁଆଡେ ଯାଉଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.