ପବିତ୍ର ରଥଯାତ୍ରାର ନୀତି ନିର୍ଘଣ୍ଟ ! କଡା ସୁରକ୍ଷା ବଳୟରେ ସମସ୍ତ ବ୍ୟବସ୍ଥା

ପୁରୀ : ପବିତ୍ର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ନୀତି ନିର୍ଘଣ୍ଟ । ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟାରେ ମଙ୍ଗଳ ଆଳତି ଶେଷ ହୋଇଛି। ୭ଟାରେ ଅବକାଶ, ସକାଳ ୮ଟାରୁ ୯ଟା ମଧ୍ୟରେ ଗୋପାଳବଲ୍ଲଭ ଭୋଗ ଅନୁଷ୍ଠିତ ହେବ । ସେହିପରି ୯ଟାରେ ରଥ ପ୍ରତିଷ୍ଠା ହେବ । ୯ଟା ୩୦ରୁ ୧୨ଟା ୩୦ ମଧ୍ୟରେ ପହଣ୍ଡି, ଦିନ ଗୋଟାଏ ୩୦ରେ ଚିତାଲାଗି, ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଓ ୪ଟାରୁ ରଥ ଟଣା ଆରମ୍ଭ ହେବ । ରଥ ଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ କରାଯିବ।

ରଥଯାତ୍ରା ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ସ୍ଥଳ, ଜଳ ଓ ଆକାଶରୁ କଡ଼ା ନଜର ରଖାଯିବ । ଅଭେଦ୍ୟ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର ।  ତାଳବଣିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ୪୦ ପ୍ଲାଟୁନ ପୋଲିସ । ସୁପରିଚାଳନା ପାଇଁ ୪ଜଣ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ସହର ଭିତରେ ଶହେଟି ଓ ସହର ବାହାରେ ୧୨ଟି ସିସିଟିଭି ଲଗାଯାଇଛି । ସେହିପରି ଟ୍ରାଫିକ ସମ୍ପର୍କରେ ସବୁ ତଥ୍ୟ ପୁରୀ ପୋଲିସ  େଓ୍ଵବସାଇଟରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.