ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ : ମ୍ୟାଚ ଜିତି ସିରିଜ ହାତେଇବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ବିରାଟ ଆଣ୍ଡ କୋର ମନବଳ ଦୃଢ ଅଛି। ସେପଟେ ଇଂଲଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି। ମ୍ୟାଚ ଜିତି ସିରିଜରେ ବଞ୍ଚି ରହିବାକୁ ଚେଷ୍ଟା କରିବ ଘରୋଇ ଟିମ। ସେହିପରି ମ୍ୟାଚ ହାରିଲେ ଦଳ ଟି-ଟ୍ବଣ୍ଟି ପରେ ଦିନିକିଆ ସିରିଜ ହାତଛଡା କରିବ। ଗତ ୧୨ ମାସ ଭିତରେ ଇଂଲଣ୍ଡ ୨୨ଟି ଦିନିକିଆ ମ୍ୟାଚ୍ ଖେଳି ମାତ୍ର ୫ଟି ହାରିଛି । ଆଜି ଲଣ୍ଡନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.