Below header

କିଟ୍‍ ଓ କିସ୍‍ର ୫ ଛାତ୍ରଛାତ୍ରୀଙ୍କ ପ୍ୟାରିସ୍‍ ଅଲିମ୍ପିକ୍‍ ଯୋଗ୍ୟତା ହାସଲ

କିଟ୍‍ ଓ କିସ୍‍ର ୫ ଛାତ୍ରଛାତ୍ରୀଙ୍କ ପ୍ୟାରିସ୍‍ ଅଲିମ୍ପିକ୍‍ ଯୋଗ୍ୟତା ଅର୍ଜନ କରିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରୀ ତଥା ଅଲିମ୍ପିଆନ୍‍ ପ୍ରିୟଙ୍କା ଗୋସ୍ୱାମୀ ପ୍ୟାରିସ୍‍ ଅଲିମ୍ପିକ୍‍ ୨୦୨୪ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଭୁବନେଶ୍ୱର : କିଟ୍‍ ଓ କିସ୍‍ର ୫ ଛାତ୍ରଛାତ୍ରୀଙ୍କ ପ୍ୟାରିସ୍‍ ଅଲିମ୍ପିକ୍‍ ଯୋଗ୍ୟତା ଅର୍ଜନ କରିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରୀ ତଥା ଅଲିମ୍ପିଆନ୍‍ ପ୍ରିୟଙ୍କା ଗୋସ୍ୱାମୀ ପ୍ୟାରିସ୍‍ ଅଲିମ୍ପିକ୍‍ ୨୦୨୪ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ରବିବାର ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦ ଓ ରେସ ୱାକ ଚାମ୍ପିଅନ୍‍ସିପ୍‍ରେ ପ୍ରିୟଙ୍କା ଅଲିମ୍ପିଆନ୍‍ ଅକ୍ଷଦୀପ ସିଂହ ସହ ମଳିତ ଭାବେ ୩ଘଣ୍ଟା ୫ମିନିଟ୍‍ ୩ ସେକେଣ୍ଡରେ ଅତିକ୍ରମ କରି ଭାରତ ପାଇଁ ଥିବା ଅଲିମ୍ପିକ୍‍ କୋଟା ପୂରଣ କରି ପ୍ୟାରିସ୍‍ ଅଲିମ୍ପିକ୍‍ ଯୋଗ୍ୟତା ହାସଲ କରିଛନ୍ତି। ଏହା ବ୍ୟତୀତ ପ୍ୟାରିସ୍‍ ଅଲିମ୍ପିକ୍‍ ପାଇଁ ବ୍ୟକ୍ତିଗତ ୨୦ କିଲୋମିଟର ଦୌଡ଼କୁଦ ଇଭେଣ୍ଟରେ ପ୍ରିୟଙ୍କା ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି।

କିଟ୍‍ ଓ କିସ୍‍ର ୪ଜଣ ଛାତ୍ରଛାତ୍ରୀ ୩ହଜାର ମିଟର ଷ୍ଟିପ୍ଲେଚେଜ୍‍ରେ ପାରୁଲ ଚୌଧୁରୀ, ଜାଭେଲିନ୍‍ ଥ୍ରୋ ରେ କିଶୋର ଜେନା ଓ ଭାରତୀୟ ପୁରୁଷ ହକି ଦଳରେ ଅମିତ ରୋହିଦାସ ସାମିଲ ହେବା ପାଇଁ ଅଲିମ୍ପିକ୍‍ ଯୋଗ୍ୟତା ଅର୍ଜନ କରିଛନ୍ତି ।  ଉପଯୁକ୍ତ ସମୟରେ ଆବଶ୍ୟକ ସହାୟତା ପ୍ରଦାନ କରିଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଲିମ୍ପିକ୍‍ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ସାମନ୍ତ ମଧ୍ୟ ସମସ୍ତ ଖେଳାଳିଙ୍କ ସଫଳତା କାମନା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.