ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ୨୨ରେ ଆନ୍ତଃରାଜ୍ୟ ପୋଲିସ ସମନ୍ଵୟ କମିଟି ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖରେ ବସିବ ଆନ୍ତଃରାଜ୍ୟ ପୋଲିସ ସମନ୍ଵୟ କମିଟି ବୈଠକ। ଏଥିରେ ପଡ଼ୋଶୀ ରାଜ୍ୟର ପୋଲିସ ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହେବେ। ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ମାଓ ଅଧ୍ୟୁଷିତ ଜିଲ୍ଲାରେ ନିର୍ବାଚନ ପରିଚାଳନା ନେଇ ପଡ଼ୋଶୀ ରାଜ୍ୟର ପୋଲିସ, ଗ୍ରେହାଉଣ୍ଡ, ସିଆରପିଏଫର ସମନ୍ଵୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ମାଓ ହିଂସା, ଅପରାଧିକ କାର‌୍ୟ୍ୟକଳାପ, ନିଶା କାରବାର, ଟଙ୍କା ବାଣ୍ଟିବା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଡ଼ୋଶୀ ରାଜ୍ୟ ସହ ଆଲୋଚନା କରାଯିବ। ନିକଟରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ନିର୍ବାଚନ ସମ୍ପର୍କିତ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ ନିର୍ବାଚନ କମିଶନ। ଏହାପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମନ୍ଵୟ କମିଟି ବୈଠକ ବସୁଛି।

Leave A Reply

Your email address will not be published.